ବିଶ୍ୱ

ସନ୍ଦିଗ୍ଧ ବାଲିଷ୍ଟିକ୍‌ କ୍ଷେପଣାସ୍ତ୍ର ନିକ୍ଷେପ କଲା ଉତ୍ତର କୋରିଆ

 (ଉତ୍ତର କୋରିଆ) :  ସନ୍ଦିଗ୍ଧ ବାଲିଷ୍ଟିକ୍‌ କ୍ଷେପଣାସ୍ତ୍ର ନିକ୍ଷେପ କଲା ଉତ୍ତର କୋରିଆ  ଆଜି ଉତ୍ତର କୋରିଆ ଗୋଟାଏ ସନ୍ଦିଗ୍ଧ ବାଲିଷ୍ଟିକ୍‌ କ୍ଷେପଣାସ୍ତ୍ର ନିକ୍ଷେପ କରିଥିବା କଥା ‘ଏକ୍ସ’ କରି ଜାପାନର ପ୍ରଧାନମନ୍ତ୍ରୀ ଫୁମିଓ କିଶିଦାଙ୍କ କାର୍ଯ୍ୟାଳୟ ସୂଚନା ଦେଇଛି।

ସୂଚନାନୁଯାୟୀ , ଆଜି ଉତ୍ତର କୋରିଆ ନିକ୍ଷେପ କରିଥିବା ‌କ୍ଷେପଣାସ୍ତ୍ର ବିଷୟରେ ଦକ୍ଷିଣ କୋରିଆ ସେନା ବି ସୁନିଶ୍ଚିତ କରିଛି। ଦକ୍ଷିଣ କୋରିଆ ସେନା କହିଛି ଯେ, ପୂର୍ବ ସାଗର ମଧ୍ୟକୁ ଉତ୍ତର କୋରିଆ ଅନ୍ୟୂନ ଗୋଟିଏ କ୍ଷେପଣାସ୍ତ୍ର ନିକ୍ଷେପ କରିଛି। ମାତ୍ର, କ୍ଷେପଣାସ୍ତ୍ରଟି ସମୁଦ୍ରରେ ପଡ଼ିଥିବା କଥା ଜାପାନର ତଟରକ୍ଷୀ କହିଛି।କିନ୍ତୁ, ଏହି କ୍ଷେପଣାସ୍ତ୍ରର ଗତି ବିଷୟରେ ଦକ୍ଷିଣ କୋରିଆର ‘ଜଏଣ୍ଟ୍‌ ଚିଫ୍ସ୍‌ ଅଫ୍‌ ଷ୍ଟାଫ୍‌’ ତୁରନ୍ତ ସବିଶେଷ ବିବରଣୀ ଦେଇ ପାରି ନାହାନ୍ତି।  ତେଣେ, ପାଶ୍ଚାତ୍ୟ ରାଷ୍ଟ୍ର ଚିନ୍ତିତ ଯେ, ଗଚ୍ଛିତ ରଖିଥିବା ଅସ୍ତ୍ରଶସ୍ତ୍ର ସବୁ ୟୁକ୍ରେନ୍‌ ଯୁଦ୍ଧରେ ବ୍ୟବହାର ପାଇଁ ରୁଷ୍‌କୁ ଦେବା ପାଇଁ ଉତ୍ତର କୋରିଆ ରାଜିନାମା ସ୍ବାକ୍ଷର କରିପାରେ।

 

 

Related posts

ଇସ୍କନ ସାଧୁ ଚିନ୍ମୟ କୃଷ୍ଣ ଦାସ ପ୍ରଭୁଙ୍କ ଓକିଲଙ୍କୁ ମରଣାନ୍ତକ ଆକ୍ରମଣ

mahabharatanews

ମିଳିତ ସମରାଭ୍ୟାସ କଲେ ଭାରତ-ଆମେରିକାର ବାୟୁସେନା

mahabharatanews

ବ୍ରାଜିଲ୍‌ରେ ବଡ଼ଧରଣର ବିମାନ ଦୁର୍ଘଟଣା; ୬୨ ମୃତ

mahabharatanews