ଓଡିଶା

ଲଗାଣ ବର୍ଷାରେ ଧସିଲା ପାହାଡ଼, ଯାତାୟାତ ଠପ 

(ପାରଳାଖେମୁଣ୍ଡି) : ଲଗାଣ ବର୍ଷାରେ ଧସିଲା ପାହାଡ଼ । ଫଳରେ ଗୁମ୍ମା ବ୍ଲକ କୁଜାସିଂରୁ ଅଜୟଗଡ଼ ଯାତାୟାତ ରାସ୍ତା ବନ୍ଦ ହୋଇସାଯାଇଛି । କୁଜାସିଂ-ଅଢ଼େଇ ଗାଁକୁ ଲମ୍ବିଥିବା ଘାଟି ରାସ୍ତାରେ ପାହାଡ ଧସି ଯାଇଥିଲା । ପାହାଡରୁ ବଡ଼ ବଡ଼ ପଥର ଓ ମାଟି ତଳକୁ ଖସି ଆସି ପିଚୁ ରାସ୍ତାରେ ପଡ଼ିଥିବାର ଦେଖିବାକୁ ମିଳିଛି । ଏହାଦ୍ୱାରା କୁଜାସିଂ ପଞ୍ଚାୟତର ୩ ଟି ଗାଁକୁ ଯୋଗାଯୋଗ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇଯାଇଛି ।

ସୂଚନାନୁଯାୟୀ , କୁଜାସିଂଠାରୁ ଅଜୟଗଡ ରାସ୍ତା ଅବରୋଧ ହୋଇଯାଇଛି । ସକାଳୁ ସକାଳୁ ଏହି ଘଟଣା ଘଟିଛି । ତେବେ ଦୁର୍ଭାଗ୍ୟବଶଃତ କୌଣସି ଧନଜୀବନ ହାନୀ ହୋଇ ନାହିଁ । ଗତ ୩ ଦିନ ଧରି ଗୁମ୍ମା ବ୍ଳକରେ ବର୍ଷା ଲାଗି ରହିଥିବାରୁ ପାହାଡରୁ ପଥର ଖସୁଛି ।

Related posts

ଦୁଇ ହାଇୱା ମୁହାଁମୁହିଁ ଧକ୍କା, ଚାଳକ ଗୁରୁତର

mahabharatanews

ଜିଲ୍ଲାସ୍ତରୀୟ ବକ୍ସି ଜଗବନ୍ଧୁଙ୍କ ଶ୍ରାଦ୍ଧ ଦିବସ ପାଳିତ

mahabharatanews

ସଂଚିତାଙ୍କ ଜିଦ ହିଁ ତାଙ୍କୁ ସଫଳ କରାଇଛି

mahabharatanews