ଓଡିଶା

ଝିଅର ହନିମୁନରେ ସ୍ୱାମୀକୁ ଛଡ଼ାଇ ନେଲେ ମା

(ମହାଭାରତ / ପ୍ରିୟଦର୍ଶନୀ ସ୍ୱାଇଁ) : ମା ନିଜ ଝିଅକୁ ଅଧିକ ଯତ୍ନ କରିଥାଏ । ଝିଅର ସୁଖ ପାଇଁ କଷ୍ଟ ମଧ୍ୟ କରିଥାଏ । ତା’ର ମଙ୍ଗଳ ପାଇଁ ଭଗବାନଙ୍କ ନିକଟରେ ନିତି ଗୁହାରି କରିଥାଏ । ଯେପରି କି, ପାଠ ପଢ଼ାପଢ଼ି,ବାହାର ଲୋକଙ୍କ କୁଦୃୁଷ୍ଟିରୁ ଦୁରେଇ ରଖିବା,ଝିଅର ବିବାହ ସମ୍ପର୍ଣ୍ଣ ଇତ୍ୟାଦି । ତେବେ ଆଜିକାଲି କିଛି ମା ବି ଅଛନ୍ତି ଯେଉଁମାନେ କି ଝିଅର ବୈବାହିକ ଜୀବନରେ ମୁଣ୍ଡ ପୁରାଇ ସେମାନଙ୍କ ଜୀବନ ଖରାପ କରିଥାନ୍ତି । କିନ୍ତୁ ଆଜି ଆମେ ଆପଣଙ୍କୁ ଏକ ଏପରି ମ।। କଥା କହିବୁ ଯାହା ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଝିଅର ହନିମୁନରେ ସ୍ୱାମୀକୁ ଛଡ଼୍ାଇ ନେଲେ ଜନ୍ମଦାତ୍ରୀ ମା । ଏହି ଖବର ଏବେ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି । ୩୪ବର୍ଷୀୟ ଲୋରେନ ନାମକ ଏହି ମହିଳା ଜଣକ କହିଛନ୍ତି କି ଆଜକୁ ପାଖାପାଖି ୧୦ ବର୍ଷ ତଳେ ତାଙ୍କର ପ୍ରଥମ ସ୍ୱାମୀ ପଲଙ୍କର ବିବାହ ହୋଇଥିଲା ।
ବାହାଘରରେ ମା ଜୁଲି ପାଖାପାଖି ୧୪ ଲକ୍ଷ ଟଙ୍କା ଖର୍ଚ୍ଚ ମଧ୍ୟ କରିଥିଲେ । ନିଜ ନୂଆ ସମ୍ପର୍କକୁ ନେଇ ଉଭୟ ପତିପତ୍ନୀବି ବେଶ ଖୁସି ଥିଲେ । କିନ୍ତୁ ଏହି ଖୁସି ବେଶୀ ଦିନ ତିଷ୍ଠି ନଥିଲା । ବିବାହ ପରେ ହନିମୁନରେ ଯିବା ସମୟରେ ଲୋରେନ ନିଜ ମା’ ଜୁଲିଙ୍କୁ ତାଙ୍କ ସହ ନେଇ ଯାଇଥିଲେ । ସେସମୟରେ କିନ୍ତୁ ଲୋରେନଙ୍କୁ ଜଣା ନଥିଲା କି ଏହା ତାଙ୍କ ଜୀବନର ଅନ୍ତିମ ସୁଖ ଯାତ୍ରା ହେବ ବୋଲି । ନିଜ ସ୍ୱାମୀଙ୍କ ସହ ସେ ଶେଷ ଥର ପାଇଁ ଖୁସିର ମୁହୂର୍ତ୍ତ କାଟି ପାରିବେ ବୋଲି । ଟ୍ରିପ ପରଠୁ ହିଁ ତାଙ୍କ ମା’ ନିଜ ଜ୍ୱାଇଁଙ୍କ ସହ ଏକାଠି ରହିବାକୁ ଲାଗିଥିଲେ । ଖାଲି ସେତିକି ନୁହେଁ ପରେ ସେମାନଙ୍କର ଏକ ଝିଅ ମଧ୍ୟ ହୋଇଥିଲା ।
ପରେ ପରେ ଜୁଲି ଓ ପଲ ଉଭୟ ବିବାହ ମଧ୍ୟ କରିଥିଲେ । ଏହାକୁ ନେଇ ମା , ଝିଅ ଉଭୟଙ୍କ ଭିତରେ ଧୁମ୍ଧାମ କଳି ହୋଇଥିଲେ ମଧ୍ୟ ସମୟାନୁଶାରେ ମା ଏହାକୁ ଗ୍ରହଣ କରିନେଇଥିଲେ । ପରେ ଝିଅ ଲୋରୋନ ପୁଣି ଦ୍ୱିତୀୟ ବିବାହ କରିଛନ୍ତି ।

Related posts

ପ୍ରଚାର ମଇଦାନକୁ ଓହ୍ଲାଇବେ ନବୀନ 

mahabharatanews

ବିଜେପିର ବନ୍ଧୁ ମିଳନ କର୍ଯ୍ୟକ୍ରମ ଅନୁଷ୍ଠିତ

mahabharatanews

ପ୍ରଥମ ବର୍ଷାରେ ତୁରୀ ନଦୀ ପୋଲ ଭୁଶୁଡିଲା

mahabharatanews

Leave a Comment