ଭାରତ

ମୁମ୍ବାଇରେ ଚାର୍ଟାର୍ଡ ପ୍ଲେନ୍ ଦୁର୍ଘଟଣା ଗ୍ରସ୍ତ 

(ମୁମ୍ବାଇ) : ମୁମ୍ବାଇ ବିମାନ ବନ୍ଦରରେ ପ୍ଲେନ୍ ଦୁର୍ଘଟଣା  । ଏକ ଘରୋଇ ଚାର୍ଟାର୍ଡ ପ୍ଲେନ୍ ଦୁର୍ଘଟଣା ଗ୍ରସ୍ତ ହୋଇଛି । ବିମାନଟି ଅବତରଣ କରିବା ସମୟରେ ରନୱେରୁ ଖସିପଡିଛି । ବିମାନରେ ୬ଜଣ ଯାତ୍ରୀ ଏବଂ ଦୁଇଜଣ କ୍ରୁ ସଦସ୍ୟ ଥିଲେ।

ସୂଚନାନୁଯାୟୀ, ଏହି ଦୁର୍ଘଟଣାରେ ତିନି ଜଣ ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ପ୍ରବଳ ବର୍ଷା ଯୋଗୁଁ ଚାର୍ଟାର୍ଡ ବିମାନ ଅବତରଣ କରିବା ସମୟରେ ରନୱେରେ ଭାରସାମ୍ୟ ହରାଇଥିଲା । ଏହା ପରେ ପ୍ଲେନ୍ ଦୁଇ ଫାଳ ହୋଇ ନିଆଁ ଲାଗି ଯାଇଥିଲା ।  ଅଗ୍ନିଶମ ବାହିନୀ ଏହାକୁ ଲିଭାଇବା ପାଇଁ ଚେଷ୍ଟା କରୁଛି । ନିଆଁ ଲିଭାଇବାକୁ ସେମାନଙ୍କୁ ବେଶ କିଛି ସମୟ ମଧ୍ୟ ଲାଗିଥିଲା ।

Related posts

ଆସନ୍ତା ୪ତାରିଖରେ ଭାରତ ଆସିବେ ପାକିସ୍ତାନ ବୈଦେଶିକ ମନ୍ତ୍ରୀ ବିଲାଓ୍ଵଲ ଭୁଟ୍ଟୋ ଜର୍ଦାରୀ

mahabharatanews

ମୃତ୍ୟୁର ଭୟ ଘାରିଲା କହ୍ନେୟାଲାଲଙ୍କ ହତ୍ୟାକାରୀଙ୍କୁ

mahabharatanews

ସରକାରୀ ବାସଭବନ ଖାଲି କରିବାକୁ ମହୁଆଙ୍କୁ ପୁଣି ନୋଟିସ୍‌ 

mahabharatanews