ଅପରାଧଭାରତ

ମୃତ୍ୟୁର ଭୟ ଘାରିଲା କହ୍ନେୟାଲାଲଙ୍କ ହତ୍ୟାକାରୀଙ୍କୁ

ଉଦୟପୁର : ଉଦୟପୁର କହ୍ନେୟାଲାଲ ହତ୍ୟାକରିଥିବା ଅଭିଯୁକ୍ତଙ୍କୁ ଘାରିଲାଣି ମୃତ୍ୟୁ ଭୟ। ତାଙ୍କୁ ଫାଶୀ ହୋଇଯିବ କି? ଏହି ଚିନ୍ତାରେ ଏବେ ଗସ୍‌ ମହମ୍ମଦ ଓ ରିଆଜ ଅତ୍ତାରୀ। ଜେଲ ଭିତରେ ତାଙ୍କ ନିଦ ହଜିଗଲାଣି । ଆଖିକୁ ନିଦ ନାହିଁ କି ପେଟକୁ ଭୋକ ନାହିଁ। ଦିନରାତି କେବଳ ଗୋଟିଏ ଚିନ୍ତା ଘାରିଛି, ସେ ହେଉଛି ଫାଶୀ ଚିନ୍ତା । ବାରମ୍ବାର ତଦନ୍ତ ଅଧିକାରୀଙ୍କୁ ଆମକୁ କେଉଁ ଦଣ୍ଡ ମିଳିବ ବୋଲି ପ୍ରଶ୍ନ ପଚାରି ଥିବା ଅଧିକାରୀ ସୂଚନା ଦେଇଛନ୍ତି । ଦିନ ଦ୍ୱିପହରେ ଗସ୍‌ ଏବଂ ରିଆଜ ଗ୍ରାହକ ସାଜି ଆସି ଉଦୟପୁର ହିନ୍ଦୁ ଦରଜି କହ୍ନେୟାଲାଲଙ୍କୁ ଅତି ନିର୍ମମ ଭାବେ ଗଳା କାଟି ହତ୍ୟା କରିଥିଲେ।

ଏହି ହତ୍ୟାକାଣ୍ଡର ତଦନ୍ତ ଏବେ ଏନ୍‌ଆଇଏ କରୁଛି। ଦୁଇ ଅଭିଯୁକ୍ତଙ୍କୁ ଏନ୍‌ଆଇଏ ପଚରାଉଚରା ଜାରି ରଖିଛି। ଏହାରି ଭିତରେ ଏହି ଦୁଇ ଆତଙ୍କବାଦୀ ଏନ୍‌ଆଇଏ ଅଧିକାରୀଙ୍କୁ ତାଙ୍କର ଦୋଷ ପାଇଁ ତାଙ୍କୁ କୋର୍ଟ ଫାଶୀ ଦେବ ନା ଆଜୀବନ କାରାଦଣ୍ଡ ଦେବ? ସେ ନେଇ ପ୍ରଶ୍ନ କରି ଚାଲିଛନ୍ତି। ଉଦୟପୁରରେ ଟେଲର କହ୍ନେୟା ଲାଲ ହତ୍ୟାକାଣ୍ଡ ଘଟଣାରେ ଯାଞ୍ଚ ଯେତିକି ବଢିଚାଲିଛି ସେତେ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ଷଡଯନ୍ତ୍ରରେ ଅନେକ ରୋଚକ କଥା ବର୍ତ୍ତମାନ ଗୋଟି ଗୋଟି କରି ଖୁଲାସା ହେଉଛି।

ଯେଉଁଦିନ କହ୍ନେୟା ଲାଲଙ୍କୁ ହତ୍ୟା କରାଯାଇଥିଲା ସେହିଦିନ ଆଉ ଦୁଇ ଜଣଙ୍କୁ ମଧ୍ୟ ହତ୍ୟାକରିବା ପାଇଁ ଯୋଜନା ହୋଇଥିଲା। ତାଲିବାନୀ ଷ୍ଟାଇଲରେ ହତ୍ୟାର ପୂରା ଯୋଜନା ପ୍ରସ୍ତୁତ ହୋଇଥିଲା। ତେବେ ସେହି ଦୁଇଜଣଙ୍କର ସନ୍ଧାନ ଆଉ ସ୍ଥାନ ଠିକ୍ ନଥିବାରୁ ତାଙ୍କୁ ହତ୍ୟା କରାଯାଇପାରିନଥିଲା। ଅନ୍ୟ ୪ ଜଣଙ୍କୁ ଏହି ଦୁଇ ଜଣଙ୍କ ହତ୍ୟା ପାଇଁ ଦାୟିତ୍ୱ ଦିଆଯାଇଥିବା ଏବେ ତଦନ୍ତରୁ ଖୁଲାସା ହୋଇଛି।

Related posts

ଶ୍ରୀରାମ ଜନ୍ମୋତ୍ସବ: ଅଯୋଧ୍ୟାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

mahabharatanews

ସର୍ବସାଧାରଣଙ୍କ ପାଇଁ ଖୋଲା ରହିଛି ଅମୃତ ଉଦ୍ୟାନ

mahabharatanews

ଦଳିତ ନାବାଳିକାକୁ ବସ ଭିତରେ ଦୁଷ୍କର୍ମ: ୩ ଅଟକ

mahabharatanews