ମନୋରଞ୍ଜନ

୧୦୦ ପରିବାରକୁ ୧ଲକ୍ଷ ଟଙ୍କା ଲେଖାଏଁ ବାଣ୍ଟିଲେ ସୁପରଷ୍ଟାର ବିଜୟ 

(ମୁମ୍ବାଇ) : ନିକଟରେ ସାଉଥ ସୁପରଷ୍ଟାର ବିଜୟ ଦେବରକୋଣ୍ଡା ଏବଂ ସାମନ୍ଥା ରୁଥ୍ ପ୍ରଭୁଙ୍କ ଅଭିନୀତ ଚଳଚ୍ଚିତ୍ର ‘ଖୁସି’ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି। ବକ୍ସ ଅଫିସରେ ଫିଲ୍ମଟି ଭଲ ପ୍ରଦର୍ଶନ କରୁଥିବା ‌ବେଳେ ଫିଲ୍ମର ବ୍ୟବସାୟକୁ ନେଇ ବିଜୟ ବହୁତ ଖୁସି ଅଛନ୍ତି। ତେବେ ଏହି ଅଵସରରେ ସେ ତାଙ୍କ କଥା ରଖି ପ୍ରଶଂସକଙ୍କୁ ୧କୋଟି ଟଙ୍କା ଦେଇଛନ୍ତି ।

ସୂଚନାନୁଯାୟୀ , ନିକଟରେ ବିଜୟ ୧୦୦ଟି ପରିବାରକୁ ୧ଲକ୍ଷ ଟଙ୍କା ଲେଖାଏଁ ବାଣ୍ଟି ଖୁବ ଖୁସି ହୋଇଯାଇଛନ୍ତି। ଏହି କ୍ରମ‌ରେ ୧୦୦ ପରିବାର ବି ୧ଲକ୍ଷ ଟଙ୍କା ବିଜୟଙ୍କ ଠାରୁ ପ୍ରାପ୍ତ କରିବା ପରେ ଅଭିନେତାଙ୍କୁ ଆଲିଙ୍ଗନ କରି ଖୁସିରେ କାନ୍ଦି ପକାଇଥିଲେ। ଏଭଳି ଏକ ପ୍ରଶଂସନୀୟ କାର୍ଯ୍ୟକ୍ରମରେ ସୁପରଷ୍ଟାର ବିଜୟ ଦେବରକୋଣ୍ଡାଙ୍କ ସମେତ ନିର୍ଦ୍ଦେଶକ ଶିବା ନିର୍ବାଣ ଓ ପ୍ରଯୋଜକ ନବୀନ ୟେରନେନି ଓ ୱାଇ ରବିଶଙ୍କର ବି ସାମିଲ ରହିଥିଲେ।

Related posts

 ଭିକିଙ୍କ ଫିଲ୍ମ  ‘ସାମ୍ ବାହାଦୂର’କୁ ୟୁଏ ସାର୍ଟିଫିକେଟ୍

mahabharatanews

 ଶଶୁର ଓ ସ୍ବାମୀ ବଚ୍ଚନଙ୍କ ନଜର ଆସିଲେ ଐଶ୍ବର୍ଯ୍ୟା

mahabharatanews

ଦର୍ଶକଙ୍କ ମନ ମୋହୁଛି ଫିଲ୍ମ ‘ଆନିମଲ’

mahabharatanews