ଓଡିଶା

ମାଆ ସମଲେଶ୍ବରୀଙ୍କଠାରେ ଲାଗି ହେଲା ନବାନ୍ନ

(ଭୁବନେଶ୍ୱର) : ଆଜି ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ। ଏଥିଲାଗି ସମଗ୍ର ପଶ୍ଚିମ ଓଡ଼ିଶା ଉତ୍ସବମୁଖର ହୋଇଛି। ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ଜଗତଜନନୀ ମାଆ ସମଲେଶ୍ବରୀଙ୍କଠାରେ ବୁଧବାର ପୂର୍ବାହ୍ନ ୧୦ଟା ୩୭ ମିନିଟ ସମୟରେ ଲାଗି ହୋଇଛି ନବାନ୍ନ। ଏହି ସମୟରେ ଢୋଲ, ଘଣ୍ଟଘଣ୍ଟା ଧ୍ବନିରେ ପ୍ରକମ୍ପିତ ହୋଇଛି ମନ୍ଦିର ପରିସର।

ସୂଚନାନୁଯାୟୀ , ନୂଆଖାଇ ପାଇଁ ପୁରରୁ ପଲ୍ଲୀ ସବୁଠି ଗହଳଚହଳ । ସମସ୍ତେ ନୂଆ ପିନ୍ଧିବେ, ନୂଆ ଖାଇବେ  । ଏକାଠି ହୋଇ ଜୁହାର ଭେଟ୍ ହେବେ । ଏଥିପାଇଁ ସବୁ ପ୍ରସ୍ତୁତି ସରିଛି । ସମ୍ବଲପୁରର ଇଷ୍ଟଦେବୀ ମା ସମଲେଶ୍ୱେରିଙ୍କ ପୀଠ ଉତ୍ସବ ମୁଖର । ମନ୍ଦିରରେ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଲାଣି । ଲୋକେ କାହିଁ ଦେଶ ବିଦେଶରୁ ନିଜ ନିଜ ଘରକୁ ଆସିଲେଣି । ଘରେ ନିଜ ପରିବାର ସହ ମିଶି ପାଳିବେ ନୂଆଖାଇ । ନିଜ ପରିବାର , କୁଟୁମ୍ବଙ୍କ ସହ ମିଶି ପାଳନ ହେବ ନୂଆଖାଇ ।

 

Related posts

ଇତିହାସ ଦେଖିଲେ ଲୋକଙ୍କ ଆସ୍ଥା ବିଜେଡି ଓ ନବୀନ ପଟ୍ଟନାୟକଙ୍କ ପ୍ରତି ରହିଛି, ବିଜେଡି ପାର୍ଥିନି ଭଲ ଭୋଟରେ ଜିତିବେ

mahabharatanews

ଗୃହରକ୍ଷୀଙ୍କ ପାଇଁ ଖୁସି ଖବର, ବଢିଲା ଡ୍ୟୁଟି ଭତ୍ତା

mahabharatanews

ଅକ୍ଷୟ ତୃତୀୟା ପୂର୍ଵରୁ କମିଲା ସୁନା ଦର 

mahabharatanews