ଓଡିଶା

ସୁରକ୍ଷା କର୍ମୀଙ୍କ ଗୁଳିରେ ନିହତ ୨ ନକ୍ସଲ

 (ମାଲକାନଗିରି) : ଏନକାଉଣ୍ଟରରେ ନିହତ ହେଲେ ୨ ନକ୍ସଲ । ମାଲକାନଗିରି ସୀମାନ୍ତରେ ମୁହାଁମୁହିଁ ହୋଇଛନ୍ତି ସୁରକ୍ଷା କର୍ମୀ ଓ ନକ୍ସଲ । ଏହି ସମୟରେ ଏନକାଉଣ୍ଟରରେ ୨  ଦୁର୍ଦ୍ଦାନ୍ତ ନକ୍ସଲ ନିହତ ହୋଇଥିବା ସ୍ପଷ୍ଟ ହୋଇଛି ।

ସୂଚନାନୁଯାୟୀ, ବୁଧବାର ସକାଳେ ଛତିଶଗଡ଼ ଦନ୍ତେୱାଡ଼ାର ନାହାଡି ଜଙ୍ଗଲରେ ଏନକାଉଣ୍ଟର ହୋଇଛି ।  ପୋଲିସ ଗୁଳିରେ ଦୁଇଜଣ ନକ୍ସଲ ନିହତ ହୋଇଛନ୍ତି । ଉଭୟ ନକ୍ସଲଙ୍କ ମୃତଦେହ ଏବଂ ଅସ୍ତ୍ରଶସ୍ତ୍ର ଉଦ୍ଧାର କରାଯାଇଛି । ପ୍ରାୟ ଅଧ ଘଣ୍ଟା ଧରି ପୋଲିସ ଏବଂ ମାଓବାଦୀଙ୍କ ମଧ୍ୟରେ ଏନକାଉଣ୍ଟର ହୋଇଥିଲା । ମଙ୍ଗଳବାର ରାତିରେ ପୋଲିସ କର୍ମୀଙ୍କୁ ଅପରେସନ୍ ପାଇଁ ପଠାଯାଇଥିଲା ।

Related posts

ପିପିଲି ଉପନିର୍ବାଚନ ନିମନ୍ତେ ନୋଡାଲ ଅଧିକାରୀଙ୍କ ବୈଠକ

mahabharatanews

ରାଉରକେଲାରେ ପରେ ବଲାଙ୍ଗିରରେ ଡାଇରିଆ ଆତଙ୍କ

mahabharatanews

ଶିଶୁ ଭବନ ଛକରେ କଂଗ୍ରେସ କର୍ମୀ ,ପୁଲିସ ଧସ୍ତାଧସ୍ତି

mahabharatanews