ଓଡିଶା

ଆଜି ପ୍ରବଳ ବର୍ଷା ସମ୍ଭାବନା:,୨୦ ଜିଲ୍ଲାକୁ  ୟେଲୋ ଓ୍ଵାର୍ଣ୍ଣିଂ ଜାରି 

(ଭୁବନେଶ୍ୱର) :  ଜୁନ ମାସରେ ନିଅଣ୍ଟିଆ ବର୍ଷା ପରେ ଏବେ ଜୁଲାଇରେ ସଠିକ ବର୍ଷା ହେବା ନେଇ ଚାଷୀମାନେ ବେଶ ଆଶାବାଦୀ ଅଛନ୍ତି । ମୋୖସୁମୀ ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୨.୧ମିମି ବର୍ଷା ରେକର୍ଡ କରାଯାଇଛି। ମୌସୁମୀର ପ୍ରଭାବରେ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷାର ସମ୍ଭାବନା ରହିଛି। ତେବେ ୧୧ ଜୁଲାଇ  ଅର୍ଥାତ ଆଜି  ମଙ୍ଗଳବାର ଅପରାହ୍ନ ମଧ୍ୟରେ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶା, ଗଜପତି, ଗଞ୍ଜାମ ଜିଲ୍ଲାର ଅନେକ ସ୍ଥାନରେ ଏବଂ ଓଡ଼ିଶାର ଅନ୍ୟାନ୍ୟ ଜିଲ୍ଲାର କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା କିମ୍ବା ବଜ୍ରପାତ ହେବାର ସମ୍ଭାବନା ରହିଛି।

 

 

ସୂଚନାନୁଯାୟୀ , ଏହି ସମୟ ଅବଧି ମଧ୍ୟରେ ବିଶେଷକରି ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବଜ୍ରପାତ ହେବାର ସମ୍ଭାବନା ରହିଛି। ସେହିପରି କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ମାଲକାନଗିରି, କୋରାପୁଟ, ରାୟଗଡ଼ା, କଳାହାଣ୍ଡି, କନ୍ଧମାଳ, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ ମଧ୍ୟମରୁ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ଏହି ସମସ୍ତ ଜିଲ୍ଲାକୁ ହଳଦିଆ ଚେତାବନୀ ବା ୟେଲୋ ଓ୍ଵାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ।

 

Related posts

 ବାଦାମବାଡ଼ିରେ ନିର୍ମାଣ ହେବ ବିଶ୍ୱସ୍ତରୀୟ ବିଶ୍ୱନାଥ ପଣ୍ଡିତ ପାଠାଗାର ଓ ଗବେଷଣା କେନ୍ଦ୍ର

mahabharatanews

ସାବେରୀ ନଦୀରୁ ଅଚିହ୍ନା ଗଳିତଶବ ଉଦ୍ଧାର

mahabharatanews

ଆଗାମୀ ୨୪ ଘଣ୍ଟା କୋହଲା ପାଗ ,ଆଲର୍ଟ ଜାରି

mahabharatanews