ଓଡିଶା

ବଢୁଛି  ସ୍କ୍ରବ୍ ଟାଇଫସ୍; ସର୍ବାଧିକ ସୁନ୍ଦରଗଡ଼ରେ ୨୦୬ ରୋଗୀ ଚିହ୍ନଟ‌

(ସୁନ୍ଦରଗଡ଼) : ରାଜ୍ୟରେ ଡେଙ୍ଗୁ ପରେ ସ୍କ୍ରବ୍ ଟାଇଫସ୍‌ ହୁ ହୁ ହୋଇ ବୃଦ୍ଧି ପାଉଥିବାର ଦୃଶ୍ୟ ମନକୁ ବିଚଳିତ କରୁଛି । ଏହାରି ମଧ୍ୟରେ ସୁନ୍ଦରଗଡ଼ରେ ଆଉ ୬ ଜଣ ସ୍କ୍ରବ୍ ଟାଇଫସ୍‌ ରୋଗୀ ଚିହ୍ନଟ। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ସର୍ବାଧିକ ସୁନ୍ଦରଗଡ଼ରେ ୨୦୬ ସ୍କ୍ରବ୍ ଟାଇଫସ୍‌ ରୋଗୀ ଚିହ୍ନଟ ହୋଇଥିବା ନେଇ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

ସୂଚନାନୁଯାୟୀ, ଗତକାଲି ୭ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ରବିବାର ୧୧, ସୋମବାର ୩ ଚିହ୍ନଟ ହୋଇଥିଲେ। ଆଶା, ଅଙ୍ଗନବାଡ଼ିକର୍ମୀଙ୍କ ଜରିଆରେ ଲୋକଙ୍କୁ ସଚେତନ କରାଯିବା ସହ ରୋଗ ଚିହ୍ନଟ ପାଇଁ ବ୍ୟାପକ ପରୀକ୍ଷା କରାଯାଉଥିବା, କୌଣସି ବ୍ୟକ୍ତିଙ୍କଠାରେ ଏହି ରୋଗର ଲକ୍ଷଣ ଦେଖାଗଲେ, ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବାକୁ କୁହାଯାଉଛି।

 

Related posts

କରୋନା କାଳରେ ରାଜ୍ୟ କରିଛି ୩୦୦ କୋଟିର ଘୋଟାଲା

mahabharatanews

ଲଗାଣ ବର୍ଷା ; ଲୋକଙ୍କୁ ଘାଟି ରାସ୍ତା ମନା

mahabharatanews

ଭାଲୁ ଆକ୍ରମଣରେ ଚାଷୀ ମୃତ

mahabharatanews