ଭାରତ

କରୋନା ପରେ ଆସୁଛି ଡିଜିଜ୍ ଏକ୍ସ

(ଲଣ୍ଡନ) : କରୋନା ମହାମାରୀ ମନରୁ ଲିଭିନଥିବା ବେଳେ ବିଶ୍ବ ସ୍ୱାସ୍ଥ୍ୟ ସଂଗଠନ (ହୁ) ଗୋଟିଏ ଅଜଣା ରୋଗର ନାଁ ଦେଇଛି ଡିଜିଜ୍ ଏକ୍ସ। ଏହି ରୋଗ କୋଭିଡ୍‌-୧୯ ଅପେକ୍ଷା ଆହୁରି ଭୟଙ୍କର ମହାମାରୀର କାରଣ ହୋଇପାରେ। ବ୍ରିଟେନର ଟିକା ଟାସ୍କଫୋର୍ସର ଚେୟାରମ୍ୟାନ୍ ଭାବରେ କାର୍ଯ୍ୟ କରିଥିବା କେଟ୍ ବିଙ୍ଗହମ୍ କହିଛନ୍ତି ଯେ ୧୯୧୯-୧୯୨୦ର ବିନାଶକାରୀ ସ୍ପାନିସ୍ ଫ୍ଲୁ ପରି ଏହି ନୂତନ ଭୂତାଣୁ ସମାନ କ୍ଷତିସାଧନ କରିପାରେ।

ସୂଚନାନୁଯାୟୀ , ହୁ ଅନୁଯାୟୀ, ଡିଜିଜ୍ ଏକ୍ସ ଏକ ନୂତନ ଏଜେଣ୍ଟ ହୋଇପାରେ – ଜୀବାଣୁ, ଭୂତାଣୁ କିମ୍ବା ଫଙ୍ଗସ୍ – ଯାହାର କୌଣସି ଜଣାଶୁଣା ଚିକିତ୍ସା ପଦ୍ଧତି ନାହିଁ। ନିଜର ଉଦ୍‌ବେଗ ପ୍ରକାଶ କରି ବିଙ୍ଗହମ୍ କହିଛନ୍ତି, ୧୯୧୮-୧୯ ଫ୍ଲୁ ମହାମାରୀରେ ବିଶ୍ୱରେ ଅତି କମ୍‌ରେ ୫୦ ନିୟୁତ ଲୋକ ପ୍ରାଣ ହରାଇଥିଲେ, ଯାହା ପ୍ରଥମ ବିଶ୍ୱଯୁଦ୍ଧରେ ମୃତ୍ୟୁସଂଖ୍ୟାର ଦୁଇଗୁଣ। ଆଜି ପୃଥିବୀରେ ଉପଲବ୍ଧ ଭୂତାଣୁଗୁଡ଼ିକ ମଧ୍ୟରୁ ଗୋଟିଏ ଭୂତାଣୁ ସମାନ ସଂଖ୍ୟକ ମୃତ୍ୟୁର କାରଣ ହୋଇପାରେ।

Related posts

ତାନ୍ତେୱାଡାରେ ପୁଲିସ ଯବାନଙ୍କୁ ହତ୍ୟାକଲେ ମାଓବାଦୀ

mahabharatanews

‘ଅଭ୍ୟାସ’ର ଆକାଶମାର୍ଗ ସଫଳ ପରୀକ୍ଷଣ

mahabharatanews

ବରିଷ୍ଠ ଆଇଏଏସ ପୂଜା ସିଙ୍ଘଲଙ୍କ ଘରୁ କୋଟି କୋଟି ଟଙ୍କା ଜବତ

mahabharatanews