ଓଡିଶା

ସ୍କ୍ରବ୍ ଟାଇଫସ୍ ଆତଙ୍କ; ସୁନ୍ଦରଗଡ଼ରୁ ସଂଖ୍ୟା ୨୬୩କୁ ବୃଦ୍ଧି

(ଭୁବନେଶ୍ୱର) :  ଡେଙ୍ଗୁ ଠୁ ସ୍କ୍ରବ୍ ଟାଇଫସ୍ ରାଜ୍ୟରେ ଆତଙ୍କ ମଚେଇବାରେ ଲାଗିଛି  । ଦିନକୁ ଦିନ ସ୍କ୍ରବ୍ ଟାଇଫସ୍ ରୋଗୀଙ୍କ ସଂଖ୍ୟା ବଢଇବାରେ ଲାଗିଛି । ଆଜି ଅର୍ଥାତ ଗୁରୁବାର ଦିନ ସୁନ୍ଦରଗଡ଼ ଜିଲ୍ଲାରୁ ୧୩ ଜଣ ସ୍କ୍ରବ ଟାଇଫସ୍‌ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଯାହାଫଳରେ ଜିଲ୍ଲା ମୋଟ ପଜିଟିଭ୍‌ ସଂଖ୍ୟା ୨୬୩  କୁ ବୃଦ୍ଧି ପାଇଛି । ସୁନ୍ଦରଗଡ଼ ଜିଲ୍ଲାରେ ଗତ କିଛି ଦିନ ହେଲା ଲଗାତର ଭାବେ ସ୍କ୍ରବ୍‌ ଟାଇଫସ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି ।

ସୂଚନାନୁଯାୟୀ , ବୁଧବାର ଦିନ ୬୯ଟି ରକ୍ତ ନମୁନା ପରୀକ୍ଷା ପାଇଁ ନିଆଯାଇଥିଲା । ସେଥିରୁ ୧୩ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହା ପରେ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୬୩ରେ ପହଞ୍ଚିଛି । ମେଡିକାଲ ଓ ଜିଲ୍ଲା ପ୍ରଶାସନ ଲଗାତର ଭାବେ ଗାଁ ଗାଁ ବୁଲି ସଚେତନତା କାର୍ଯ୍ୟକ୍ରମ କରି ଚାଲିଛି । ଡାକାବିଜ ଓ ପାଲା ମାଧ୍ୟମରେ ସଚେତନ କରାଯାଉଛି   ।

Related posts

ଡାକ୍ତରଙ୍କ ଘରେ ବହୁ ପରିମାଣର ବିଦେଶୀ ମୁଦ୍ରା

mahabharatanews

୧୦ ଜିଲାକୁ ଅରେଞ୍ଜ ଓ ୭ ଜିଲ୍ଲାକୁ ଏଲୋ ୱାରିଂ ଜାରି

mahabharatanews

ଆରମ୍ଭ ହେଲା ପହଣ୍ଡି,ସିଂହାସନକୁ ବିଜେ କରିବେ ସୁଦର୍ଶନ

mahabharatanews