ଓଡିଶା

ଆଜି ପବିତ୍ର ଗଣେଶ ଚତୁର୍ଥୀ, ଉତ୍ସବ ମୁଖର ଗାଁରୁ ସହର

(ଭୁବନେଶ୍ୱର) : ଆଜି ଭାଦ୍ରବ ମାସର ଶୁକ୍ଳପକ୍ଷ ଚତୁର୍ଥୀ ତିଥି । ପବିତ୍ର ଗଣେଶ ଚତୁର୍ଥୀ । ସବୁଠି ଚାଲିଛି ବିଘ୍ନ ବିନାଶକଙ୍କ ପୂଜା । ସବୁଠି ଧୁମ୍‌ଧାମରେ ପାଳନ ହେଉଛି ଗଣେଶ ପୂଜା । ଏନେଇ ସବୁଠି ଉତ୍ସବ ମୁଖର  ଗାଁରୁ ସହର ।

ସୂଚନାନୁଯାୟୀ , ମୁଖ୍ୟତଃ ମହାରାଷ୍ଟ୍ରରେ ଏହି ଦିନକୁ ବେଶ୍ ଧୂମଧାମରେ ପାଳନ କରାଯାଏ । ସେହିପରି ଦେଶର ଅନ୍ୟାନ୍ୟ ପ୍ରଦେଶରେ ମଧ୍ୟ ବଡ଼ ଉତ୍ସାହ ସହ ଗଣେଶ ପୂଜା ପାଳନ କରାଯାଏ । ଗଣେଶ ପ୍ରଥମ ପୂଜ୍ୟ ଦେବତା ହୋଇଥିବାରୁ ହିନ୍ଦୁ ଧର୍ମରେ ପ୍ରତ୍ୟେକ ଶୁଭକାର୍ଯ୍ୟର ଆରମ୍ଭ ଗଣେଶଙ୍କ ପୂଜାଠୁ ଆରମ୍ଭ ହୋଇଥାଏ । ତ୍ରେତୟା ଯୁଗରେ ଭାଦ୍ରବ ଶୁକ୍ଳପକ୍ଷ ଚତୁର୍ଥୀରେ ଉମାଙ୍କ ଘରେ ଜନ୍ମି,ଗଣେଶ ରୂପରେ ଜନ୍ମିସିନ୍ଧୁ ନାମକ ରାକ୍ଷସକୁ ବଧ କରିବା ସହ ବ୍ରହ୍ମାଙ୍କ ପୁତ୍ରି ଦ୍ୱୟ ରିଦ୍ଧି ଓ ସିଦ୍ଧିଙ୍କୁ ବିବାହ କରିଥିବାର ପୁରାଣରେ ବର୍ଣ୍ଣିତ।

Related posts

ପଲ୍ୟୁସନ୍ ସାର୍ଟିଫିକଟେ୍ ପାଇଁ ଲୋକଙ୍କ ପ୍ରବଳ ଭିଡ

mahabharatanews

ଦକ୍ଷିଣାଞ୍ଚଳ କମାଣ୍ଡର ସିପି ମହାନ୍ତି

mahabharatanews

ରାଜ୍ୟରେ ୫ ଜିଲ୍ଲାରୁ ୮ କରୋନା ପଜିଟିଭ ; ଜଣେ ୧୮ ବର୍ଷରୁ କମ୍

mahabharatanews