ଭାରତ

ଥମୁନି ମଣିପୁର ହିଂସା; ସମଗ୍ର ରାଜ୍ୟକୁ ‘ ଅଶାନ୍ତ ଅଞ୍ଚଳ’ ଘୋଷଣା 

(ମଣିପୁର) : ଥମିବାର ନାଁ ଧରୁନି ମଣିପୁର ହିଂସା ।  ପୁଣି ଥରେ ହିଂସା ଓ ଆନ୍ଦୋଳନ ସରକାରଙ୍କ ଚିନ୍ତା ବଢ଼ାଇଛି। ରାଜ୍ୟରେ ଜାରି ରହିଥିବା ଆଇନ ଶୃଙ୍ଖଳା ସ୍ଥିତି ପାଇଁ ମଣିପୁର ସରକାର ସମଗ୍ର ରାଜ୍ୟକୁ ‘ ଅଶାନ୍ତ ଅଞ୍ଚଳ’ ଘୋଷଣା କରିଛନ୍ତି। ରାଜ୍ୟରେ ଜାରି ରହିଥିବା ଆଇନ ଶୃଙ୍ଖଳା ସ୍ଥିତି ପାଇଁ ସରକାର ବର୍ତ୍ତମାନର ଅଶାନ୍ତ ଅଞ୍ଚଳଗୁଡ଼ିକରେ ଆଗାମୀ ୬ ମାସ ପର୍ଯ୍ୟନ୍ତ ସମାନ ସ୍ଥିତାବସ୍ଥା ଜାରି ରଖିବାପାଇଁ ନିଷ୍ପତ୍ତି ନେଇଛନ୍ତି। ତେବେ ଅଶାନ୍ତ ଅଞ୍ଚଳ ବାହା‌ରେ ଥିବା ୧୯ଟି ଥାନା ଅଞ୍ଚଳ ହେଉଛି ଇମ୍ଫାଲ, ଲାମ୍ଫେଲ ସିଟି, ସିଙ୍ଗଜମେଇ, ସେକମଇ, ଲାମସଙ୍ଗ, ପାଟସୋଇ, ୱାଙ୍ଗୋଇ, ପରମପଟ, ହେଙ୍ଗାଙ୍ଗ୍‌, ଲାମ୍‌ଲାଇ, ଇର୍ଲିବଙ୍ଗ, ଲେମାଖଙ୍ଗ, ଥୌବାଲ, ବିଷ୍ଣୁପୁର, ନାମ୍ବୋଲ, ମୋଇରାଙ୍ଗ, କାକ୍‌ଚିଙ୍ଗ ଏବଂ ଜିରିବାମ୍‌ ।

ସୂଚନାନୁଯାୟୀ , ରାଜ୍ୟ ସରକାରଙ୍କ ବିବୃତି ଅନୁଯାୟୀ ୧୯ ନିର୍ଦ୍ଦିଷ୍ଟ ଥାନା ଅଞ୍ଚଳକୁ ଛାଡ଼ିଦେଲେ ସମଗ୍ର ରାଜ୍ୟକୁ ଆଫସ୍ପା (ସେନାବାହିନୀର ସ୍ବତନ୍ତ୍ର କ୍ଷମତା ଆଇନ) ଅଧୀନରେ ‘ଅଶାନ୍ତ ଅଞ୍ଚଳ’ ଘୋଷଣା କରାଯାଇଛି। ବିଭିନ୍ନ ଉଗ୍ରପନ୍ଥୀ ଗୋଷ୍ଠୀର ହିଂସାତ୍ମକ କାର୍ଯ୍ୟ ପାଇଁ ସମଗ୍ର ରାଜ୍ୟକୁ ଏବେ ହାଇଆଲର୍ଟରେ ରଖାଯାଇଛି ଏବଂ ଆଫସ୍ପା ବ୍ୟବହାର କରାଯାଇଛି ବୋଲି ବିଜ୍ଞପ୍ତିରେ କୁହାଯାଇଛି।

Related posts

ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

mahabharatanews

ଏକାଧିକ ଏଲପିଜି ସିଲିଣ୍ଡର ବିସ୍ଫୋରଣ 

mahabharatanews

ବଢ଼ିଲା ସୌରଭ ଗାଙ୍ଗୁଲୀଙ୍କ ସୁରକ୍ଷା ବ୍ୟବସ୍ଥା

mahabharatanews