(ମଣିପୁର) : ଥମିବାର ନାଁ ଧରୁନି ମଣିପୁର ହିଂସା । ଦୁଇ ଛାତ୍ରଙ୍କ ହତ୍ୟା ପରେ ପୁଣି ବିଗିଡିବାରେ ଲାଗିଛି ରାଜ୍ୟର ସ୍ଥିତି । ବୁଧବାର ଅନେକ ସ୍ଥାନରେ ବିରୋଧ ପ୍ରଦର୍ଶନ କରାଯାଇଥିଲା। ଏଥିରେ କ୍ରୋଧିତ ଜନତା ବିଜେପିର ବିଭାଗୀୟ କାର୍ଯ୍ୟାଳୟକୁ ମଧ୍ୟ ଟାର୍ଗେଟ କରିଛନ୍ତି । ସ୍ଥିତି ନିୟନ୍ତ୍ରଣ କରିବା ପାଇଁ ପୋଲିସକୁ ଲାଠି ଚାର୍ଜ କରିବ ପାଇଁ ପଡିଥିଲା ।
ସୂଚନାନୁଯାୟୀ , ଛାତ୍ରଙ୍କ ହତ୍ୟାକୁ ନେଇ ଥୋବାଲ ଜିଲ୍ଲାରେ ବିରୋଝ ପ୍ରଦର୍ଶନ କରାଯାଇଥିଲା । ଏହି ସମୟରେ ବହୁ ସଂଖ୍ୟାରେ ଲୋକେ ଏକାଠି ହୋଇ ବିଜେପି କାର୍ଯ୍ୟାଳୟରେ ପହଞ୍ଚିଥିଲେ । ବିଜେପି ଅଫିସର ଗେଟକୁ ନଷ୍ଟ କରି ଭାଙ୍ଗିବା ସହ ସେଠାରେ ନିଆଁ ଲଗାଇଦେଇଥିଲେ । ପୋଲିସର ସୂଚନାନୁସାରେ, ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ସେମାନଙ୍କୁ ଲୁହବୁହା ଗ୍ୟାସ ପ୍ରୟୋଗ କରିଥିଲେ । ସେହି ଏରିଆରେ ଗୁଳି ବିନିମୟ ମଧ୍ୟ ହୋଇଥିବା ନେଇ ସୂଚନା ରହିଛି ।
