ଭାରତ

ଥମୁନି ମଣିପୁର ହିଂସା ; ଜାଳିଦେଲେ ବିଜେପି ଅଫିସ  

(ମଣିପୁର) : ଥମିବାର ନାଁ ଧରୁନି ମଣିପୁର ହିଂସା । ଦୁଇ ଛାତ୍ରଙ୍କ ହତ୍ୟା ପରେ ପୁଣି ବିଗିଡିବାରେ ଲାଗିଛି ରାଜ୍ୟର ସ୍ଥିତି । ବୁଧବାର ଅନେକ ସ୍ଥାନରେ ବିରୋଧ ପ୍ରଦର୍ଶନ କରାଯାଇଥିଲା। ଏଥିରେ କ୍ରୋଧିତ ଜନତା ବିଜେପିର ବିଭାଗୀୟ କାର୍ଯ୍ୟାଳୟକୁ ମଧ୍ୟ ଟାର୍ଗେଟ କରିଛନ୍ତି । ସ୍ଥିତି ନିୟନ୍ତ୍ରଣ କରିବା ପାଇଁ ପୋଲିସକୁ ଲାଠି ଚାର୍ଜ କରିବ ପାଇଁ ପଡିଥିଲା ।

ସୂଚନାନୁଯାୟୀ , ଛାତ୍ରଙ୍କ ହତ୍ୟାକୁ ନେଇ ଥୋବାଲ ଜିଲ୍ଲାରେ ବିରୋଝ ପ୍ରଦର୍ଶନ କରାଯାଇଥିଲା । ଏହି ସମୟରେ ବହୁ ସଂଖ୍ୟାରେ ଲୋକେ ଏକାଠି ହୋଇ ବିଜେପି କାର୍ଯ୍ୟାଳୟରେ ପହଞ୍ଚିଥିଲେ । ବିଜେପି ଅଫିସର ଗେଟକୁ ନଷ୍ଟ କରି ଭାଙ୍ଗିବା ସହ ସେଠାରେ ନିଆଁ ଲଗାଇଦେଇଥିଲେ ।  ପୋଲିସର ସୂଚନାନୁସାରେ, ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ସେମାନଙ୍କୁ ଲୁହବୁହା ଗ୍ୟାସ ପ୍ରୟୋଗ କରିଥିଲେ । ସେହି ଏରିଆରେ ଗୁଳି ବିନିମୟ ମଧ୍ୟ ହୋଇଥିବା ନେଇ ସୂଚନା ରହିଛି ।

Related posts

‘ବନ୍ଦେ ମାତରମ୍’ର ୬ ଅନ୍ତରାକୁ ନେଇ ସୁପ୍ରିମକୋର୍ଟରେ ମାମଲା

mahabharatanews

ଦିଲ୍ଲୀରେ ଏସଆଇଆର ଡ୍ରାଫ୍ଟ ଭୋଟର ତାଲିକା ପ୍ରକାଶ, ବାଦ୍ ପଡ଼ିଲେ ୪୭.୫୬ ଲକ୍ଷ ଭୋଟର

mahabharatanews

ମିଶନ୍ ଆଦିତ୍ୟ ଲ୧;  କଏଦ ହେଲା ସୂର୍ଯ୍ୟଙ୍କ ପୂର୍ଣ୍ଣ ଫଟୋ

mahabharatanews