ଭାରତ

କର୍ଣ୍ଣାଟକରେ ୧୨ଘଣ୍ଟିଆ ଧର୍ମଘଟ

(ତାମିଲନାଡୁ) : ତାମିଲନାଡୁ ସହିତ କାବେରୀ ନଦୀ ଜଳ ବାଣ୍ଟିବାକୁ ବିରୋଧ କରି କର୍ଣ୍ଣାଟକରେ ଆଜି ମଧ୍ୟ ବନ୍ଦ ପାଳନ କରାଯାଉଛି । ୩୦ରୁ ଅଧିକ କୃଷକ ଗୋଷ୍ଠୀ, ବ୍ୟବସାୟ ତଥା କନ୍ନଡ ସମର୍ଥକ ସଂଗଠନ ସକାଳ ୬ଟାରୁ ୬ଟା ପର୍ଯ୍ୟନ୍ତ ୧୨ଘଣ୍ଟିଆ ଧର୍ମଘଟ ଡାକରା ଦେଇଛନ୍ତି।

ସୂଚନାନୁଯାୟୀ , ବେଙ୍ଗାଲୁରୁ ବିମାନବନ୍ଦରରୁ ୪୪ଟି ବିମାନ ବାତିଲ କରାଯାଇଥିବା ବେଳେ ଯେଉଁଥି ପାଇଁ ଯାତ୍ରୀମାନଙ୍କୁ ବର୍ତ୍ତମାନ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବା ପାଇଁ ପଡୁଛି । ତେବେ ବିମାନବନ୍ଦର ଅଧିକାରୀ କହିଛନ୍ତି ଯେ, କାର୍ଯ୍ୟକ୍ଷମ କାରଣରୁ ବିମାନ ଉଡ଼ାଣ ବାତିଲ କରାଯାଇଥିଲା ଏବଂ ଯାତ୍ରୀମାନଙ୍କୁ ଏନେଇ ଠିକ ସମୟରେ ସୂଚନା ଦିଆଯାଇଥିଲା । ଏହାକୁ ଦୃଷ୍ଟିରେ ରହିଖି କର୍ଣ୍ଣାଟକର ମାଣ୍ତ୍ୟା ଜିଲ୍ଲାରେ ୧୪୪ ଧାରା ଲାଗୁ କରାଯାଇଛି । ଯାହା ଫଳରେ ଏଠାକେ ସମସ୍ତ ସ୍କୁଲ ଓ କଲେଜ ବନ୍ଦ କରାଯାଇଛି ।

Related posts

ରାହୁଲ ଗାନ୍ଧୀଙ୍କୁ ମିଳିଲାନି ଆଶ୍ୱସ୍ଥି, ମାନହାନୀ ମାମଲାରେ ରାୟ ସଂରକ୍ଷିତ

mahabharatanews

ଦେଓଘର ତ୍ରିକୂଟ ପର୍ବତ ଉପରେ ବଡ ଦୁର୍ଘଟଣା

mahabharatanews

ସୋପିଆନରେ ଏନକାଉଣ୍ଟର, ଜଣେ ଆତଙ୍କବାଦୀ ନିହତ

mahabharatanews