ଓଡିଶା

‘ଲକ୍ଷ୍ମୀ’ ଯୋଜନାକୁ ବିରୋଧ;  ୨୪ ଘଣ୍ଟିଆ ବନ୍ଦ ପାଳନ କରୁଛି ସଂଘ

(ଭୁବନେଶ୍ୱର) : ‘ଲକ୍ଷ୍ମୀ’ ଯୋଜନାକୁ ବିରୋଧ କରି  କୋରାପୁଟରେ ଘରୋଇ ବସ ଚଳାଚଳ ବନ୍ଦ ରହିଛି । ‘ଲକ୍ଷ୍ମୀ’ ବସ ଯୋଜନାକୁ ବିରୋଧ କରି କୋରାପୁଟ ଘରୋଇ ବସ ମାଲିକ ସଂଘ ପକ୍ଷରୁ ୨୪ ଘଣ୍ଟିଆ ବନ୍ଦ ପାଳନ କରୁଛି । ୨ ତାରିଖ ସକାଳ ଠାରୁ ୩ ତାରିଖ ସକାଳ ପର୍ଯ୍ୟନ୍ତ ଘରୋଇ ବସ ଚଳା ଚଳ ବନ୍ଦ ରଖିବାକୁ ଘୋଷଣା କରିଛି । ଫଳରେ କୋରାପୁଟରୁ ଜିଲ୍ଲାର ବିଭିନ୍ନ ବ୍ଲକକୁ ଯିବାକୁ ଥିବା ଯାତ୍ରିମାନେ ବସଷ୍ଟାଣ୍ଡରେ ଅଟକି ରହିଛନ୍ତି ।

ସୂଚନାନୁଯାୟୀ , କୋରାପୁଟ ଜିଲ୍ଲାର ୧୪ ଟି ବ୍ଲକକୁ ଘରୋଇ ବସ ଚଳାଚଳ ଠପ ହୋଇପଡିଛି । ଜିଲ୍ଲାରେ ୨୦୦ରୁ ଉର୍ଦ୍ଧ୍ବ ଘରୋଇ ବସ ୭୫ଟି ରୁଟରେ ବନ୍ଦ ରହିଛି । ଫଳରେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହୋଇଛନ୍ତି । ବସ ଚଳାଚଳ ବନ୍ଦ ରହିଥିବା ଯୋଗୁଁ ଯାତ୍ରୀମାନେ ବହୁ ଅସୁବିଧାର ସମୁଖୀନ ହୋଇଛନ୍ତି । ଲକ୍ଷ୍ମୀ ବସ ସେବା ଯୋଜନାରେ ଘରୋଇ ବସ ଗୁଡିକୁ ସାମିଲ କରିବାକୁ ମାଲିକ ସଂଘ ଦାବି କରିଛି ।

Related posts

ବଢୁଛି ତାତି; ଅସ୍ତବ୍ୟସ୍ତ ଜନଜୀବନ  

mahabharatanews

ଲ୍ୟାମ୍ପ ନିଆଁରେ ଛାତ୍ରୀଙ୍କ ମୃତ୍ୟୁ

mahabharatanews

ଚତୁର୍ଥ ଜାତୀୟ ଚିଲିକା ବିହଙ୍ଗ ଉତ୍ସବ 

mahabharatanews