ଓଡିଶା

ଶୀତ ପ୍ରକୋପ : ରାଜ୍ୟର ସର୍ବନିମ୍ନ ତାପମାତ୍ରା ୭ ଡିଗ୍ରି 

(ଭୁବନେଶ୍ୱର)  : ଦିନକୁ ଦିନ ହ୍ରାସ ପାଉଛି ରାତିର ପାରଦ । ଗତ ତିନି ଦିନ ପରି ଗତକାଲି ରାତିରେ ମଧ୍ୟ ଅଧିକାଂଶ ସହରର ତାପମାତ୍ରା ସ୍ବାଭାବିକଠାରୁ ୫ ଡିଗ୍ରି ଅଧିକ ରହିଥିଲା। ରାଜ୍ୟର ସର୍ବନିମ୍ନ ତାପମାତ୍ରା ୭ ଡିଗ୍ରି ରେକର୍ଡ କରାଯାଇଥିବା ବେଳେ ଦାରିଙ୍ଗବାଡ଼ିରେ ୮.୫, ସେମିଳିଗୁଡ଼ାରେ ୯, ଫୁଲବାଣୀରେ ୧୦, ଜି ଉଦୟଗିରିରେ ୧୦.୪, ସୋନପୁରରେ ୧୦.୬, ଡିଗ୍ରି ରହିଥିଲା। ସମ୍ବଲପୁର ସହରର ସର୍ବନିମ୍ନ ତାପମାତ୍ରା ସ୍ବାଭାବିକଠାରୁ ୪.୪ ଡିଗ୍ରି ଅଧିକ ରହିଥିବା ବେଳେ ହୀରାକୁଦ ଓ ବାଲେଶ୍ବରରେ ୩.୪, ଚାନ୍ଦବାଲିରେ ୨.୯, ଟିଟିଲାଗଡ଼ରେ ୨.୮, କଟକରେ ୨.୭, ଭୁବନେଶ୍ବରରେ ୨.୩, ପୁରୀରେ ୨ ଡିଗ୍ରି ଅଧିକ ଥିଲା। ଭୋର ସମୟରେ ଅଧିକ କୁହୁଡ଼ି ଅନୁଭୂତ ହେଉଛି।

ସୂଚନାନୁଯାୟୀ ରାଉରକେଲାରେ ଦୃଶ୍ୟମାନ ଦୂରତା ୫୦ ମିଟର, ଫୁଲବାଣୀ, ସୋନପୁର, କେନ୍ଦ୍ରାପଡ଼ା, ପାରାଦୀପରେ ଦୃଶ୍ୟମାନ ଦୂରତା ୫୦ରୁ ୨୦୦ ମିଟର, କୋରାପୁଟ, ଭବାନୀପାଟଣା, ଝାରସୁଗୁଡ଼ା, କେନ୍ଦୁଝର ଓ ଭୁବନେଶ୍ବରରେ ଦୃଶ୍ୟମାନର ଦୂରତା ୨୦୦ରୁ ୧୦୦୦ ମିଟର ମଧ୍ୟ ରହିଥିଲା। ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ରାଜ୍ୟର କେତେକ ସ୍ଥାନରେ କୁହୁଡ଼ିର ପ୍ରକୋପ ଜାରି ରହିବ। ସ୍ଥାନେ ସ୍ଥାନେ ଘନ କୁହୁଡ଼ି ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।

Related posts

ସିଏମସି ନାମରେ ମିଥ୍ୟା ସଟଡାଉନ: ଗୁଜବକାରୀଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ପାଇଁ ଥାନାରେ ଏତଲା

mahabharatanews

ବଣାଇର ପୂର୍ବତନ ବିଧାୟକ ହେମେନ୍ଦ୍ର ପ୍ରସାଦ ମହାପାତ୍ରଙ୍କର ବୁଧବାର ପରଲୋକ ଘଟିଛି

mahabharatanews

କେନ୍ଦ୍ରରୁ ଅନୁମତି ମିଳିବା ପରେ ଆରମ୍ଭ ହୋଇଛି ରଥକାମ: ଆଇନମନ୍ତ୍ରୀ

mahabharatanews