ଓଡିଶା

କାବୁ ହେଲା ନୃଶଂସ କୁମ୍ଭୀର  

(ରାଜନଗର) : ପୋଖରୀରେ ଆସି ଆତଙ୍କ ସୃଷ୍ଟି କରିଥିବା ୧୪ ଫୁଟର କୁମ୍ଭୀର ବହୁ କସରତ ପରେ ଧରା ପଡିଛି। ଦୀର୍ଘ ୫ ଘଂଟା ଧରି ବନବିଭାଗ କର୍ମଚାରୀଙ୍କ କସରତ ପରେ ୧୪ ଫୁଟର ଅଣ୍ତିରା କୁମ୍ଭୀରକୁ ବନବିଭାଗ କର୍ମଚାରୀମାନେ ଧରିଛନ୍ତି । ଗ୍ରାମବାସୀ ଏ ନେଇ ବନବିଭାଗକୁ ଖବର ଦେଇଥିଲେ।

ସୂଚନାନୁଯାୟୀ , ଗତକାଲି ରାତିରେ ରାଜନଗର ବ୍ଲକ୍‌ ଯଦୁଚନ୍ଦ୍ରପୁର ଗାଁର କାଙ୍ଗାଳି ପାତ୍ରଙ୍କ ବାଡିରେ ଥିବା ପୋଖରୀରେ ଏହି ବିରାଟକାୟ କୁମ୍ଭୀରକୁ ଦେଖିବାକୁ ମିଳିଥିଲା। କାଙ୍ଗାଳିଙ୍କ ପରିବାର ଲୋକେ ପୋଖରୀ ପାଖକୁ ଯାଇଥିବା ବେଳେ ହୁଡାରେ କୁମ୍ଭୀର ଶୋଇଥିବ ଦେଖି ଚିତ୍କାର କରିଥିଲେ।  ଦୁଚନ୍ଦ୍ରପୁର ଗାଁ ହଂସୁଆ ନଦୀ କୂଳରେ ଅବସ୍ଥିତ। ନଦୀଠାରୁ ୪ଶହ ମିଟର ଦୂରରେ ଥିବା ଏହି ପୋଖରୀ ହୁଡାରେ କୁମ୍ଭୀରକୁ ଦେଖିବାକୁ ମିଳିଥିଲା। ଗତ ୩ମାସ ତଳେ ଏହି ପଂଚାୟତର ହାତିଆଗଡି ଗାଁର ଜଣେ ମହିଳାଙ୍କୁ କୁମ୍ଭୀର ଟାଣି ନେଇଥିଲା।

Related posts

କାଲିମେଳା ବ୍ଲକରେ ୨ କରୋନା ସଂକ୍ରମିତ ଚିହ୍ନଟ, ଗ୍ରାମକୁ ସିଲ କଲା ପ୍ରଶାସନ

mahabharatanews

ସନ୍ଦେହ ଜନକ ଅବସ୍ଥାରେ ମାନସିକ ବିକୃତ ମହିଳାଙ୍କ ମୃତଦେହ ଉଦ୍ଧାର

mahabharatanews

ପାଟଣା ଆଞ୍ଚଳିକ ମହାବିଦ୍ୟାଳୟର ବାର୍ଷିକ ଉତ୍ସବ

mahabharatanews