ଭାରତ

ବନ୍ୟାରେ ଭାସି ୨୩ ଯବାନ ନିଖୋଜ, ହାଇ ଆଲର୍ଟ ଜାରି

(ସିକିମ) : ସିକିମ୍ ବନ୍ୟାରେ ଭାସି ୨୩ ଯବାନ ନିଖୋଜ । ବାଦଲ ଫଟା ବର୍ଷା ଯୋଗୁଁ ଲାଚେନ ଉପତ୍ୟକାର ତୀସ୍ତା ନଦୀରେ ଭୟଙ୍କର ବନ୍ୟା ସ୍ଥିତି ଉପୁଜୁଛି । ପ୍ରବଳରୁ ଅତି ଯୋଗୁଁ ସେନା କ୍ୟାମ୍ପ ପ୍ରଭାବିତ ହୋଇଥିବା ନେଇ ସୂଚନା ରହିଛି । ତେବେ ଯବାନ ମାନଙ୍କୁ ଖୋଜିବା ପାଇଁ ବର୍ତ୍ତମାନ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଛି । ନିକଟସ୍ଥ ରାଜ୍ୟର ଯବାନ ମାନେ ସିକିମରେ ପହଞ୍ଚିଛନ୍ତି ।

ସୂଚନା ଅନୁସାରେ, ସିକିମର ଲାଚେନ ହ୍ରଦର ଉପରିଭଆଗରେ ହଠାତ୍ ବର୍ଷା ହେବାରୁ ତୀସ୍ତା ନଦୀର ଜଳସ୍ତର ବୃଦ୍ଧି ପାଇଥିଲା । ପ୍ରାୟ ୧୫ରୁ ୨୦ ଫୁଟ୍ ଉଚ୍ଚ ଜଳସ୍ତର ବୃଦ୍ଧି ପାଇଥିଲା । ଫଳରେ ମଙ୍ଗଳାବାର ରାତି ୧ଟା ବେଳେ ଫ୍ଲାସ୍ ଫ୍ଲଡ୍ ହେବାରୁ ସେନାର ୨୩ ଯବାନ ଭାସି ଯାଇ ନିଖୋଜ ଅଛନ୍ତି ଏହାସହ ବହୁ ସେନା କ୍ୟାମ୍ପ ମଧ୍ୟ ଭୁଶୁଡି ଯାଇଛି । ତେବେ ଯବାନ ମାନଙ୍କ ସହ ଅନେକ ସାଧାରଣ ଲୋକ ମଧ୍ୟ ଭାସି ଯାଇଥିବା ନେଇ ଖବର ରହିଛି । ଯେଉଁଥିବା ପାଇଁ ହାଇ ଆଲର୍ଟ ଜାରି କରାଯିବା ସହ ନଦୀକୂଳରେ ବସବାସ କରୁଥିବା ଅଞ୍ଚଳବାସୀଙ୍କୁ ତୁରନ୍ତ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଉଛି

Related posts

ଇଡି ଚାର୍ଜସିଟ୍‌ରେ ପ୍ରଥମ ଥର ପାଇଁ ପ୍ରିୟଙ୍କା ଗାନ୍ଧିଙ୍କ ନାମ  

mahabharatanews

ଇଣ୍ଡୋନେସିଆର ତିମୋର ଦ୍ବୀପରେ ଭୂକମ୍ପ

mahabharatanews

ବିଶ୍ୱର ତୃତୀୟ ଧନୀ ବ୍ୟକ୍ତି ହେଲେ ଗୌତମ ଆଦାନୀ

mahabharatanews