ଓଡିଶାଭାରତ

ଆଜି ପଞ୍ଚଭୂତରେ ଲୀନ ହେବେ ଗୀତା ମେହେଟ୍ଟା

(ଦିଲ୍ଲୀ) : ପଞ୍ଚଭୂତରେ ଲୀନ ହେବେ ଲେଖିକା ଗୀତା ମେହେଟ୍ଟା ।  ଆଜି ହେବ ଶେଷକୃତ୍ୟ  ନୂଆଦିଲ୍ଲୀରେ  ବିଶିଷ୍ଟ ଲେଖିକା ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭଉଣୀ ଗୀତା ମେହେଟ୍ଟାଙ୍କର ଆଜି ହେବ ଅନ୍ତିମ ସଂସ୍କାର । ଦିଲ୍ଲୀରେ ଅବଦୁଲ କଲାମ ରୋଡରେ ଥିବା ପୈତୃକ ବାସଭବନରେ ବର୍ତ୍ତମାନ ଗୀତା ମେହେଟାଙ୍କ ପାର୍ଥିବ ଶରୀର ରଖାଯାଇଛି ।

ସୂଚନା ଅନୁସାରେ,  ଆମେରିକାରୁ ପୁଅ ଆଦିତ୍ୟ ସିଂହ ମେହେଟ୍ଟା ଫେରିବା ପରେ ସୋମବାର ଦିନ ତାଙ୍କର ଶେଷକୃତ୍ୟ କରାଯିବ । ଗତକାଲି ପ୍ରଖ୍ୟାତ ଲେଖିକା, ସାମ୍ବାଦିକା ଓ ବୃତଚିତ୍ର ନିର୍ମାତା ଗୀତା ମେହେଟ୍ଟାଙ୍କ ଶେଷ ଦର୍ଶନ କରିଛନ୍ତି ବହୁ ବିଶିଷ୍ଟ ବ୍ୟକ୍ତି । ବଡ ଭାଇ ପ୍ରେମ ପଟ୍ଟନାୟକ, ସାନ ଭାଇ ନବୀନ ପଟ୍ଟନାୟକଙ୍କ ସମେତ ଆତ୍ମୀୟ ସ୍ୱଜନ, ବନ୍ଧୁ ଓ ପରିଜନ ମଧ୍ୟ ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।

Related posts

ନୋ ମାସ୍କ, ନୋ ପେଟ୍ରୋଲ

mahabharatanews

୧ ଫେବୃଆରୀରୁ ବିଏମ୍‌ ସି ଅଞ୍ଚଳରେ ଆମିଷ ବିକ୍ରି ନେଇ କଟକଣା କଡ଼ାକଡ଼ି ଲାଗୁହେବ

mahabharatanews

ପୂର୍ବତନ ବିଧାୟକ ତଥା ମନ୍ତ୍ରୀ ବିଷ୍ଣୁ ଦାସଙ୍କ ୩ୟ ଶ୍ରାଦ୍ଧବାର୍ଷିକୀ ପାଳନ ସହ ପ୍ରତିମୂର୍ତ୍ତି ଉନ୍ମୋଚନ

mahabharatanews