(ମୁମ୍ବାଇ) : ସରିଲା ସାଉଥ ସୁପରଷ୍ଟାର ପ୍ରଭାସଙ୍କ ବିବାହ । ଆଗାମୀ ଚଳଚ୍ଚିତ୍ର ସାଲାର ୨୨ ଡିସେମ୍ବର ୨୦୨୩ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ଯାଉଛି। ଯାହାକୁ ଅଭିନେତା ଖୁବ୍ ଜୋର ସୋରରେ ପ୍ରମୋଟ କରୁଛନ୍ତି । ଏହି ସମୟରେ ପ୍ରଭାସ ଏବଂ ଅନୁଷ୍କା ଶେଟ୍ଟୀଙ୍କ କିଛି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଉଭୟ ବର ଏବଂ କନ୍ୟା ପରି ସଜେଇ ହୋଇଥିବାର ଦେଖିବାକୁ ମିଳୁଛି ।
ଖବରନୁଯାୟୀ , ଭାଇରାଲ ହେଉଥିବା ଫଟୋ ପ୍ରଶଂସକଙ୍କୁ ଦ୍ୱନ୍ଦରେ ପକାଇବା ସହ ଆଶ୍ଚର୍ଯ୍ୟ କରିଛି । ହେଲେ ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ, ଏହା ଏଆଇ କମାଲ୍ । ଏହି ସମସ୍ତ ଫଟୋକୁ ଏଆଇ ଦ୍ୱାରା ଏଡିଟ୍ କରାଯାଇ ପୋଷ୍ଟ କରାଯାଇଛି । ପ୍ରଭାସ ଏବଂ ଅନୁଷ୍କା ଶେଟ୍ଟୀଙ୍କ ବିବାହ ଫଟୋ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ଦ୍ୱାରା ତିଆରି କରାଯାଇଥିଲା । ଏହି ଫଟୋରେ ଦୁହେଁ ବହୁତ ସୁନ୍ଦର ଦେଖାଯାଉଛନ୍ତି ।
