ଭାରତ

ଗଗନୟାନ ମିଶନ; TV-D1ର ପ୍ରଥମ ପରୀକ୍ଷଣ ସଫଳ 

(ଦିଲ୍ଲୀ) : ଗଗନୟାନ ମିଶନ କ୍ରୁ ମଡ୍ୟୁଲର ହେଲା ସଫଳ ଲଞ୍ଚିଂ । ଶ୍ରୀହରିକୋଟା ସ୍ପେସ୍ ସେଣ୍ଟରରେ ହେଲା ସଫଳ ଲଞ୍ଚିଂ ନେଇ ସୂଚନା ଦେଲେ ଇସ୍ରୋ ଅଧ୍ୟକ୍ଷ ସୋମନାଥ । TV-D1ର ପ୍ରଥମ ପରୀକ୍ଷଣ ସଫଳ ହୋଇଛି । କିଛି ତ୍ରୁଟି ହେତୁ ପରୀକ୍ଷଣର ୫ ସେକେଣ୍ତ ପୂର୍ବରୁ ପରୀକ୍ଷଣକୁ ସ୍ଥଗିକ ରଖାଯାଇଥିଲା । ତେଣୁ ପରୀକ୍ଷଣ ହେବାକୁ ଥିବା ଟେଷ୍ଟ ଭେଇକିଲ୍ ସୁରକ୍ଷିତ ଥିଲା ।

ସୂଚନାନୁଯାୟୀ , ବୈଷୟିକ ସମସ୍ୟା ଜାଞ୍ଚ୍ କରାଯିବା ପରେ ପୁନରବାର ଲଞ୍ଚିଂ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ପ୍ରାୟ ୩୫ ମିଟରର ଏକ ରକେଟ୍ ସାହାଯ୍ୟରେ ଗଗନଯାନର କ୍ରୁ ମଡ୍ୟୁଲର ଏକ ଅବିକଳ ପ୍ରତିରୂପକୁ ପୃଥିବୀ ପୃଷ୍ଠରୁ ପ୍ରାୟ ୧୭ କିଲୋମିଟର ଉଚ୍ଚକୁ ପଠାଯିବ ଯାହା ପରେ ତାହାକୁ ବଙ୍ଗୋପସାଗରରେ ଖସାଇବାକୁ ଯୋଜନା କରାଯାଇଥିଲା ।

Related posts

୨୦୨୪ରେ ଅଯୋଧ୍ୟା ରାମମନ୍ଦିର ଗର୍ଭଗୃହରେ ପ୍ରତିଷ୍ଠା ହୋବ ରାମଙ୍କ ବିଗ୍ରହ

mahabharatanews

ସ୍କୁଲରେ ନିଆଁ ଲାଗି ୨୦ ଛାତ୍ର ମୃତ

mahabharatanews

ଶେଷ କ୍ୟାବିନେଟ ବୈଠକରେ ଭାବପ୍ରବଣ ହୋଇଗଲେ ନୀତିଶ , ମୁଖ୍ୟମନ୍ତ୍ରୀ ପଦରୁ ଦେବେ ଇସ୍ତଫା

mahabharatanews