ଭାରତ

ରାଜଧାନୀରେ ବାଣ ମନା

(ଦିଲ୍ଲୀ) : ଚଳିତ ବର୍ଷ ମଧ୍ୟ ଦୀପାବଳିରେ ରାଜଧାନୀରେ ଅର୍ଥାତ ଦିଲ୍ଲୀରେ ଫୁଟିବନି ବାଣ । ପ୍ରଦୂଷଣ ମୁକ୍ତ କରିବା ପାଇଁ ଦିଲ୍ଲୀ ସରକାରଙ୍କ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି ।  ଦେଶର ରାଜଧାନୀକୁ ପ୍ରଦୂଷଣ ମୁକ୍ତ କରିବାକୁ କେନ୍ଦ୍ର ସରକାରଙ୍କ ସହ ରାଜ୍ୟଗୁଡିକର ମିଳିତ ବୈଠକରେ ଦିଲ୍ଲୀ ସରକାର ସମଗ୍ର ରାଜଧାନୀରେ ବାଣ ଫୁଟାଇବା ଉପରେ ରୋକ ଲଗାଇବା ସହ ଡିଜେଲ୍ ଗାଡ଼ି ଚଳାଚଳ ଉପରେ ସମ୍ପୂର୍ଣ୍ଣ ପ୍ରତିବନ୍ଧକ ଲଗାଇକୁ କେନ୍ଦ୍ର ପରିବେଶ ମନ୍ତ୍ରଣାଳୟକୁ ଅନୁରୋଧ କରିଛନ୍ତି ।

ସୂଚନାନୁଯାୟୀ , ଦେଶର ରାଜଧାନୀରେ ୩୧ ପ୍ରତିଶତ ପ୍ରଦୂଷଣ ଦିଲ୍ଲୀରୁ ସୃଷ୍ଚି ହୋଇଥିବା ବେଳେ ୬୯% ପ୍ରଦୂଷଣ ଏନସିଆର ରାଜ୍ୟଗୁଡିକ ଦ୍ୱାରା ସୃଷ୍ଟି ହେଉଛି । ତେଣୁ ସମସ୍ତ ଏନସିଆଲ ରାଜ୍ୟ ଗୁଡିକରେ ବାଣ ନ ଫୁଟାଇବା ଏବଂ ନଡ଼ା ଜାଳିବା ଉପରେ ସମ୍ପୂର୍ଣ୍ଣ ନିଷେଧାଦେଶ ଲଗାଇବା ଉଚିତ୍ ।

Related posts

 ଟନେଲରେ ଫସି ରହିଛନ୍ତି ୪୦ ଶ୍ରମିକ; ପାଇପ ଯୋଗେ ଦିଆଯାଉଛି ଅକ୍ସିଜେନ୍

mahabharatanews

ଭାରତର ପ୍ରଧାନ ବିଚାରପତି ସଞ୍ଜିବ ଖାନ୍ନାଙ୍କ କାର୍ଯ୍ୟକାଳ ମଙ୍ଗଳବାର ଶେଷ ହେଉଛି

mahabharatanews

ଦଣ୍ଡିତ ହେବେ ‘ଡିପ୍‌ଫେକ୍‌’ଭିଡିଓ ମେକର

mahabharatanews