ଭୁବନେଶ୍ୱର: ବିଜୟା ଦଶମୀ ଦିନ ରାବଣ ପୋଡିର ପରମ୍ପରା ରହିଛି ତେଣୁ ପ୍ରାୟ ସମସ୍ତ ସ୍ଥାନରେ ରାବଣ ପୋଡିର ବ୍ୟବସ୍ତା ହୋଇଥାଏ । କିନ୍ତୁ ଏଥର ରାଜଧାନୀର ୬ଟି ସ୍ଥାନରେ ହେବ ରାବଣ ପୋଡି । ରାଜଧାନୀରେ ରାବଣ ପୋଡି ପାଇଁ ଏଯାବତ ୬ ଟି ସ୍ଥାନକୁ ଅନୁମତି ମିଳିଛି । ଅଗ୍ନିଶମ ବିଭାଗ ପକ୍ଷରୁ ୬ ଟି ପୂଜା ମଣ୍ଡପକୁ ଅନୁମତି ମିଳିଥିବା ସୂଚନା ରହିଛି । ସେହି ଯାଗା ଗୁଡିକ ହେଉଛି ଝାରପଡା, ବରମୁଣ୍ଡା, ନହାରକଣ୍ଟା, କୋରଦକଣ୍ଟା, ଛତାବର ଓ ତମାଣ୍ଡୋକୁ ଅନୁମତି ମିଳି ଥିବା କୁହାଯାଉଛି । ସୁରକ୍ଷା ଦୃଷ୍ଟିରୁ ଜନଗହଳିପୂର୍ଣ୍ଣ ତଥା ଲୋକେ ବସବାସ କରୁଥିବା ଅଞ୍ଚଳକୁ ଏଥର ଅନୁମତି ମିଳିନାହିଁ । ସୁରକ୍ଷା ସମ୍ପର୍କିତ ସମସ୍ତ ନିୟମାବଳୀ ପାଳନ କରୁଥିବା ପୂଜା ମଣ୍ଡପକୁ ଅନୁମତି ମିଳିଛି । ଏ ନେଇ ସୂଚନା ଦେଇଛନ୍ତି ଡେପୁଟି ଫାୟାର ଅଫିସର ଅବନୀ ସ୍ୱାଇଁ । ରାବଣପୋଡି ସ୍ଥାନରେ ଗୋଟିଏ ଅଗ୍ନିଶମ ଟିମ ସହ ୭ ଜଣ କର୍ମଚାରୀ ଉପସ୍ଥିତ ରହିବେ । ଜଣେ ଫାୟାର ଅଫିସର ଙ୍କ ନେତୃତ୍ୱରେ ଏହି ଟିମ ମଣ୍ଡପ ନିକଟରେ ନିୟୋଜିତ ହେବା ନେଇ ସୂଚନା ରହିଛି ।
previous post
next post
