ଓଡିଶା

5T ଓ ନବୀନ ଓଡ଼ିଶାର ଅଧ୍ୟକ୍ଷ ହେଲେ ଭି.କେ ପାଣ୍ଡିଆନ

ଭୁବନେଶ୍ୱର : ଗତକାଲି ସ୍ୱେଚ୍ଛାକୃତ ଅବସର ନେଇଥିବା ବରିଷ୍ଠ ଆଇଏଏସ୍ ଅଧିକାରୀ ତଥା ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି.କାର୍ତ୍ତିକେୟ କାଣ୍ଡିଆନଙ୍କୁ ମିଲିଛି ନୁଆ ଦାଇତ୍ୱ । ‘୫-ଟି’ ଓ ନବୀନ ଓଡିଶା’ର ଅଧ୍ୟକ୍ଷ ଭାବେ ଦାଇତ୍ୱ ତୁଲାଇବେ ଭି . କେ ପାଣ୍ଡିଆନ । ଏ ନେଇ ଆଜି ସାଧାରଣ ପ୍ରଶାସନ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଭି କାର୍ତ୍ତିକେୟ ପାଣ୍ଡିଆନଙ୍କୁ କ୍ୟାବିନେଟ୍ ମନ୍ତ୍ରୀ ପାହ୍ୟା ମିଳିଛି। ସେ ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କ ଅଧୀନରେ କାମ କରିବେ ବୋଲି ଜଣାଯାଇଛି। ଗତକାଲି ତାଙ୍କ ଅବସର ଆବେଦନକୁ କେନ୍ଦ୍ର ସରକାରଙ୍କ ଦ୍ବାରା ଅନୁମୋଦିତ ହେବା ପରେ ରାଜ୍ୟ ସରକାର ଭି କାର୍ତ୍ତିକେୟ ପାଣ୍ଡିଆନଙ୍କୁ ଏହି ନୁଆ ଦାୟିତ୍ବ ଦେଇଛନ୍ତି।

୨୦୦୦ ବ୍ୟାଚ୍‌ର ଆଇଏଏସ୍‌ ଅଫିସର ଭି କାର୍ତ୍ତିକେୟ ପାଣ୍ଡିଆନ୍‌ ଗତ ୨୦ତାରିଖରେ ସେ ସ୍ୱେଚ୍ଛାକୃତ ଅବସର ପାଇଁ କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟକୁ ଆବେଦନ କରିଥିଲେ । ତାଙ୍କର ଆବେଦନକୁ ଗତକାଲି କେନ୍ଦ୍ର ସରକାର ଗ୍ରହଣ କରିଥିଲେ। ଭିକେ ପାଣ୍ଡିଆନଙ୍କ ସ୍ୱେଚ୍ଛାକୃତ ଅବସର ନେବା ନେଇ କେନ୍ଦ୍ର ସରକାରଙ୍କ କାର୍ମିକ ମନ୍ତ୍ରଣାଳୟ ଅନୁସଚିବ ଭୁପିନ୍ଦର ପାଲ ସିଂ ଏ ସଂକ୍ରାନ୍ତରେ ପତ୍ର ଲେଖି ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ସଚିବଙ୍କୁ ଅବଗତ କରିଛନ୍ତି। ଗତ ୨୦ ତାରିଖ ଦିନ ଭି କେ ପାଣ୍ଡିଆନ୍ ସ୍ବେଚ୍ଛାକୃତ ଅବସର ଲାଗି ଆବେଦନ କରିଥିଲେ ଓ ରାଜ୍ୟ ସରକାର ଏହାକୁ ଗ୍ରହଣ କରିବା ସହ କେନ୍ଦ୍ରର ଅନୁମୋଦନ ଲାଗି ପଠାଇଥିଲେ। ଏହାପରେ ଓଡ଼ିଶା କ୍ୟାଡରର ୨୦୦୦ ବ୍ୟାଚ୍‌ର ଆଇଏଏସ୍‌ ଅଫିସର ପାଣ୍ଡିଆନଙ୍କ ସ୍ବେଚ୍ଛାକୃତ ଅବସର ନେଇ କେନ୍ଦ୍ର ସରକାର ସାଧାରଣ ପ୍ରଶାସନ ବିଭାଗକୁ ଜଣାଇଛନ୍ତି। ଶ୍ରୀ ପାଣ୍ଡିଆନ୍‌ଙ୍କ ପ୍ରସ୍ତାବ କ୍ଷମତାପ୍ରାପ୍ତ ଅଧିକାରୀଙ୍କ ଦ୍ବାରା ଗୃହୀତ ହୋଇଥିବା କେନ୍ଦ୍ର କାର୍ମିକ ବିଭାଗ ଗତକାଲି ଜଣାଇଥିଲା।

Related posts

ମହିଳାଙ୍କୁ ଧକ୍କା ଦେଇ ଓଲଟିଲା କାର, ମହିଳା ମୃତ

mahabharatanews

ଆଳୁ ଦରକୁ ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ ବୟାନ: ସରକାରକୁ ବଦନାମ କରିବାକୁ କୃତିମ ଅଭାବ ସୃଷ୍ଟି

mahabharatanews

ସୃଷ୍ଟି ହେବ ଆଉ ଏକ ଲଘୁଚାପ ,୧୩ଟି ଜିଲ୍ଲାରେ ପ୍ରବଳ ବର୍ଷା

mahabharatanews