ଓଡିଶା

ବିଜୟ ଦଶମୀ , ସୁନାବେଶରେ ଆଭୁଷିତ ମହାପ୍ରଭୁ

ପୁରୀ : ଶ୍ରୀମନ୍ଦିରରେ ଆଜି ଶ୍ରୀଜିଉଙ୍କ ସୁନାବେଶ । ଦଶହରା ଅବସରରେ ଜଗନ୍ନାଥ, ବଳଭଦ୍ର, ଦେବୀ ସୁଭଦ୍ରା ଓ ଚକ୍ରରାଜ ସୁଦର୍ଶନଙ୍କ ସୁନାବେଶ ଅନୁଷ୍ଠିତ ହେବ । ଦଶହରା ପାଇଁ ଶ୍ରୀମନ୍ଦିରରେ ଆୟୁଧ ପୂଜାନୀତି କରାଯାଏ ।ଶ୍ରୀଜିଉଙ୍କ ଅବକାଶ ନୀତି ଶେଷ ହେବା ପରେ ତଡପଲାଗି ଓ ଉତ୍ତରୀୟ ମଇଲମ ହୋଇ ତିନିବିଡାରେ ଚନ୍ଦନ ଲାଗି ଓ ନୂଆଲୁଗା ଲାଗି ହେବ । ଏହାପରେ ଶ୍ରୀଜୀଉଙ୍କୁ ସୁନାବେଶରେ ସଜ୍ଜିତ କରାଯିବ ।

ଏହି ବେଶରେ ପାଞ୍ଚଖଣ୍ଡ ଆଜ୍ଞାମାଳ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗି ହେବ। ସକାଳଧୂପ ସରିବା ପରେ ଆୟୁଧମାନଙ୍କୁ ମହାସ୍ନାନ ପୂର୍ବକ ବରୁଣ ପୂଜା କରାଯିବ । ମେକାପ ତିନୋଟି ରୂପାଥାଳିରେ ଆୟୁଧ ରଖି ତଳୁଛ ଓ ପ୍ରଧାନୀ ସେବାୟତଙ୍କ ସହ ତିନିଥର ବଡ଼ଦେଉଳକୁ ପରିକ୍ରମା କରିବା ପରେ ପୁଷ୍ପାଳକ ବଳଭଦ୍ରଙ୍କ ବାଡ଼ରେ ହଳ ମୂଷଳ, ସୁଭଦ୍ରାଙ୍କ ବାଡ଼ରେ ସୁବର୍ଣ୍ଣ ତଡକୀ ଓ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ବାଡ଼ରେ ଶଙ୍ଖ ଚକ୍ର ଆୟୁଧ ଲାଗି କରିବେ।

Related posts

ବୋଲଗଡ ବ୍ଲକର ପଞ୍ଚାୟତ ସ୍ତରୀୟ ସଂଘର ମହିଳା ମାନଙ୍କ ତରଫରୁ ମାଗଣାରେ ମାକ୍ସ ବଣ୍ଟନ

mahabharatanews

ପାରାଦୀପ ସମୁଦ୍ରରୁ ମିଳିଛି ବିରଳ ତେଲିଆ ବୋରେହି ମାଛ

mahabharatanews

ଆଜି ରାଜଧାନୀରୁ ୭ ନୂଆ ଆକ୍ରାନ୍ତ ଚିହ୍ନଟ

mahabharatanews