ଓଡିଶା

ଚଳିତ ବର୍ଷ ସନ୍ଧ୍ୟା ପୂର୍ବରୁ ହେବ କୁମାର ପୂର୍ଣ୍ଣିମା ପୂଜା 

(ଭୁବନେଶ୍ୱର) : ଆସନ୍ତାକାଲି  କୁମାର ପୂର୍ଣ୍ଣିମା । ସନ୍ଧ୍ୟା ବେଳେ କୁମାରୀ ମାନେ କୁମାରୀମାନେ ସୁନ୍ଦର ବର ପାଇବା ଉଦ୍ଦେଶ୍ୟରେ କାର୍ତ୍ତିକେୟଙ୍କୁ ଆରାଧନା କରିବା ସ‌ହ ଚନ୍ଦ୍ର ପୂଜା ମଧ୍ୟ କରିଥାନ୍ତି । କିନ୍ତୁ କାଲି ଚନ୍ଦ୍ର ଗ୍ରହଣ ହେତୁ ସନ୍ଧ୍ୟାବେଳେ ଦେବନୀତି ନିଷେଧ ରହିଛି ।

ସୂଚନାନୁଯାୟୀ , ଚନ୍ଦ୍ର ଗ୍ରହଣ ପଡ଼ୁଥିବାରୁ ସନ୍ଧ୍ୟା ପୂର୍ବରୁ କୁମାର ପୂର୍ଣ୍ଣିମା ପୂଜା ସାରିବାକୁ ଜ୍ୟୋତିଷ ମତ ଦେଇଛନ୍ତି । ଅର୍ଥାତ୍ ଚଳିତ ବର୍ଷ ଦିନରେ ହେବ କୁମାର ପୂର୍ଣ୍ଣିମା । ୬ଟି ରାଶି ପାଇଁ ଏହି ଗ୍ରହଣ ଶୁଭ ଥିବାବେଳେ ୬ଟି ରାଶି ପାଇଁ ଅଶୁଭ ବୋଲି ଜ୍ୟୋତିର୍ବିଦ କହିଛନ୍ତି । ମିଥୁନ, ବିଛା, ଧନୁ , ମକର, କୁମ୍ଭ ଓ ମୀନ ପାଇଁ ଏହି ଗ୍ରହଣ ଶୁଭ ହୋଇଥିବା ବେଳେ ମେଷ, ବୃଷ, କର୍କଟ, ସିଂହ, କନ୍ୟା ଓ ତୁଳା ପାଇଁ ଏହା ଅଶୁଭ ବୋଲି ଜ୍ୟୋତିର୍ବିଦ କହିଛନ୍ତି ।

Related posts

ଜାମଦା ଥାନା ପକ୍ଷରୁ ବିଭିନ୍ନ ପ୍ରକାରର ସରବତ ବଣ୍ଟନ

mahabharatanews

୧୫ ଦାଦନ ଶ୍ରମିକକୁ ଉଦ୍ଧାର କଲା ଖପ୍ରାଖୋଲ ପୋଲିସ

mahabharatanews

ଆମ୍ବେଦକରଙ୍କ ଜୟନ୍ତୀ ଉପଲକ୍ଷେ ପାଟଣାଗଡରେ ବିଶାଳ ଶୋଭାଯାତ୍ରା

mahabharatanews