ଓଡିଶା

୧୫ ଦାଦନ ଶ୍ରମିକକୁ ଉଦ୍ଧାର କଲା ଖପ୍ରାଖୋଲ ପୋଲିସ

ବଲାଙ୍ଗୀର /ଜଗନ୍ନାଥ ଧରୁଆ :ପାଟଣାଗଡ଼ରୁ ବାହାର ରାଜ୍ୟକୁ ଶିଶୁ ଚାଲାଣ ବେଳେ ୫ ଶିଶୁ ସମେତ ୧୫ ଦାଦନ ଶ୍ରମିକ ଉଦ୍ଧାର କରାଯାଇଛି । ଉଦ୍ଧାର ଶ୍ରମିକମାନେ ଖପ୍ରାଖୋଲ ଭାନପୁର ଏବଂ ପାଇକମାଲ ଥାନା ନୀଳାପଥର ଗାଁର ବୋଲି ଜଣାପଡୁଛି। ଖପ୍ରାଖୋଲ ପୁଲିସ ଆଜି ଏମାନଙ୍କୁ ଉଦ୍ଧାର କରିଛି। ଏହି ଘଟଣାରେ ୨ ଦଲାଲଙ୍କୁ ପୁଲିସ ଅଟକ ରଖି ପଚରାଉଚରା କରୁଛି। ସେମାନେ ହେଲେ ବେଲପଡା ଥାନା ଜାମଜୁରୀ ଗାଁର ବିଶ୍ୱନାଥ ତାଣ୍ଡି ଓ ଧୂବଲେଶ୍ୱର ସାହୁ ବୋଲି ଜଣାପଡିଛି .
ଦାଦନ ସର୍ଦ୍ଧାର ଠାରୁ ବଇନା ନେଇଥିବାରୁ ଶ୍ରମିକମାନେ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଥିବା ପୁଲିସ କହିଛି। ଅନ୍ୟପଟେ ଦାଦନ ଶ୍ରମିକମାନଙ୍କୁ ପୁଲିସ ପଚରାଉଚରା କରିବା ପରେ ଘରକୁ ଛାଡ଼ି ଦେଇଛି। ଏନେଇ ଖପ୍ରାଖୋଲ ଥାନାରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଚାଲିଥିବା ସୂଚନା ମିଲିଛି .

 

Related posts

ଆନ୍ତର୍ଜାତୀୟ ଯୋଗ ଦିବସ ପାଳିଲେ ବରଗଡବାସୀ

mahabharatanews

ଅଗ୍ନିକାଣ୍ଡରେ ୨୦ ବଖରା ଭସ୍ମିଭୂତ

mahabharatanews

କେଉଁଝର ଦୁର୍ଘଟଣା : ପୀଡ଼ିତଙ୍କ ପରିବାରକୁ ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

mahabharatanews