ଓଡିଶା

ରାଜ୍ୟରେ ବଢୁଛି ଶୀତ, ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା ୧୩ଡିଗ୍ରୀ 

(ଭୁବନେଶ୍ୱର) :  ରାଜ୍ୟରେ ଖସୁଛି ପାରଦ । ଧିରେ ଧିରେ ବଢିଲାଣି ଶୀତ । କିଛି ଜିଲ୍ଲାରେ ଶୀତ ଅନୁଭୂତ ହେଲାଣି । ଆଗକୁ ଆହୁରି ଶୀତ ବଢିବାର ସମ୍ଭାବନା ରହିଛି । ଗତକାଲି ୧୫ଡିଗ୍ରୀ ତଳେ 5 ସହରର ତାପମାତ୍ରା ରହିଥିବା ବେଳେ ଆଜି ପୁଣି ଖସିଛି ପାରଦ ।

ସୂଚନାନୁଯାୟୀ ,କନ୍ଧମାଳରେ ଗତ ତିନି ଚାରି ଦିନ ହେଲା ରାତି ତାପମାତ୍ରା କ୍ରମାଗତ ଭାବେ ଖସିବାରେ ଲାଗିଛି । କନ୍ଧମାଳ ଜିଲ୍ଲାର ଫୁଲବାଣୀ ଏବଂ ଜି ଉଦୟଗିରି ରବିବାର ସର୍ବନିମ୍ନ ତାପମାତ୍ରା ୧୩ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି । ରାଜଧାନୀ ଭୁବନେଶ୍ୱରରେ ପାରଦ ୧୯.୭ ଡିଗ୍ରୀ ସେଲସିୟସକୁ ଖସିଛି । କଟକରେ ସର୍ବନିମ୍ନ ତାପମାତ୍ରା ୨୦.୨ ଡିଗ୍ରୀ ସେଲସିୟସ ରହିଛି ।

Related posts

ସୁନ୍ଦରଗଡ଼ ଦୁର୍ଘଟଣା: ତିନି ଲକ୍ଷ ଟଙ୍କା ଅନୁକମ୍ପା ସହାୟତା ରାଶି ଘୋଷଣା 

mahabharatanews

ଅ।ନ୍ତଃଜାତି ଦମ୍ପତିଙ୍କୁ ଅ ।ର୍ଥିକ ସହାୟତା ପ୍ରଦାନ

mahabharatanews

ସୁପ୍ରିମକୋର୍ଟ ଗଲେ କେନ୍ଦ୍ରାପଡା ସାଂସଦ

mahabharatanews