ଓଡିଶା

ବିପର୍ଯ୍ୟୟ ପରିଚାଳନାକୁ ମଜବୁତ୍‌ କରିବାକୁ  ୨ ହଜାର କୋଟି 

(ଭୁବନେଶ୍ୱର) : ଓଡ଼ିଶା ବିପର୍ଯ୍ୟୟ ମୁକାବିଲାକୁ ନେଇ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ସୁନାମ ଅର୍ଜନ କରିଛି। ଆଗାମୀ ଦିନରେ ବିପର୍ଯ୍ୟୟ ପରିଚାଳନାକୁ ଆହୁରି ମଜବୁତ୍‌ କରିବାକୁ ରୋଡ୍‌ମ୍ୟାପ ପ୍ରସ୍ତୁତ କରୁଛି। ଏହାର ଭିତ୍ତିଭୂମି ପାଇଁ ୨ ହଜାର କୋଟି ଖର୍ଚ୍ଚ ହେବ। ବିପର୍ଯ୍ୟୟ ମୁକାବିଲା ପାଇଁ ପ୍ରଶାସନ ପ୍ରସ୍ତୁତ ରହିଛି।  ବିପର୍ଯ୍ୟୟ ମୁକାବିଲା ପାଇଁ ସବୁ ଗାଁକୁ ପ୍ରସ୍ତୁତ କରାଯିବ ବୋଲି ଓଡ଼ିଶା ବିପର୍ଯ୍ୟୟ ପ୍ରସମନ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା କହିଛନ୍ତି।

ମୁଖ୍ୟମନ୍ତ୍ରୀ କହିଛନ୍ତି, ଓଡ଼ିଶାର ପ୍ରତି ଘରୁ ସୃଷ୍ଟି କରାଯିବ ବିପର୍ଯ୍ୟୟ ମୁକାବିଲା ଯୋଦ୍ଧା। ୱାର୍ଡମେମ୍ବରଠୁ ନେଇ ମୁଖ୍ୟମନ୍ତ୍ରୀ ସମସ୍ତେ ପ୍ରଶିକ୍ଷଣ ନେବେ। ସବୁ ଗାଁରେ ୧୦ ଜଣଙ୍କୁ ରେଡକ୍ରସ ପକ୍ଷରୁ ଟ୍ରେନିଂ ଦିଆଯିବ। ସବୁ ପଂଚାୟତ ଗୁଡିକରେ ଲାଗିବ ଅଟୋମେଟେଡ ୱେଦର ଓ ରେନ୍ ଗଜ ଷ୍ଟେସନ। ୩ହଜାର ପଂଚାୟତ ପାଇଁ ବିଶ୍ୱ ବ୍ୟାଙ୍କ ଆର୍ଥିକ ସହାୟତା ଯୋଗାଇବ। ଏହା ସହ ସବୁ ସରକାରୀ ଅଧିକାରୀ ବିପର୍ଯ୍ୟୟ ମୁକାବିଲା ତାଲିମ ନେବେ।

Related posts

ଜୀବନ ହାରିଲେ ତାଳଚେର ତହସିଲ କନିଷ୍ଠ କିରାଣି

mahabharatanews

ଗ୍ରୀଷ୍ମପ୍ରବାହକୁ ନଜରରେ ରଖି ଆଜିଠୁ ସକାଳୁଆ ସ୍କୁଲ

mahabharatanews

୨୪ ଘଣ୍ଟାରେ ଘନ କୁହୁଡ଼ି ସମ୍ଭାବନା

mahabharatanews