ଭାରତ

ଗରମପାଣିରୁ ଉଦ୍ଧାର ହେଲା ଅଭିନେତା ମାଥ୍ୟୁ ପେରିଙ୍କ ମୃତଦେହ

(ଦିଲ୍ଲୀ) : ଗରମପାଣି ପୂର୍ଣ୍ଣ ସ୍ନାନକୁଣ୍ଡରୁ ଉଦ୍ଧାର ହେଲା ଅଭିନେତା ମାଥ୍ୟୁ ପେରିଙ୍କ ମୃତ ଦେହ । ଶନିବାର ଦିନ ଲସ୍‌ ‌ଏଞ୍ଜେଲ୍‌ସ୍‌ସ୍ଥିତ ବାସଭବନରୁ ସୁପର୍‌ ହିଟ୍‌ ଟେଲିଭିଜନ୍‌ କମେଡି ସିରିଏଲ୍‌ ‘ଫ୍ରେଣ୍ଡସ୍‌’ର ଅଭିନେତା ମାଥ୍ୟୁ ପେରିଙ୍କୁ ଗରମପାଣି ପୂର୍ଣ୍ଣ ସ୍ନାନକୁଣ୍ଡରୁ ମୃତାବସ୍ଥାରେ ଉଦ୍ଧାର କରାଯାଇଥିବା କଥା ଆମେରିକୀୟ ଗଣମାଧ୍ୟମ ସବୁ ରିପୋର୍ଟ କରିଛନ୍ତି।

ସୂଚନାନୁଯାୟୀ ,ନିଜ ବାସଭବନରେ ଘଟଣାସ୍ଥଳରୁ କୌଣସି ଡ୍ରଗ୍‌ ଆଦି ଉଦ୍ଧାର କରାଯାଇ ନ ଥିବାରୁ ‘ଜାକୁଜି’ରେ (ଗରମପାଣି ନିମନ୍ତେ ବ୍ୟବହୃତ ସ୍ନାନକୁଣ୍ଡ) ବୁଡ଼ିଯାଇ ତାଙ୍କର ମୃତ୍ୟୁ ଘଟିଥିବା ସନ୍ଦେହ କରାଯାଉଛି। ଏହା ହତ୍ୟାକାଣ୍ଡ ନୁହେଁ ବୋଲି ମଧ୍ୟ ପୁଲିସ କହିଛି। ୧୯୯୪ରୁ ୨୦୦୪ ପର୍ଯ୍ୟନ୍ତ ୧୦ଟି ସେସନ୍‌ରେ ପ୍ରସାରିତ ହୋଇଥିବା ଅତ୍ୟନ୍ତ ଜନପ୍ରିୟ ହାସ୍ୟରସାତ୍ମକ ଟେଲିଭିଜନ୍‌ ଧାରାବାହିକ ‘ଫ୍ରେଣ୍ଡସ୍‌’ରେ ଚାଣ୍ଡଲର୍‌ ବିଙ୍ଗ୍‌ ଚରିତ୍ରରେ ଅଭିନୟ ପାଇଁ ପେରିଙ୍କର ପ୍ରସିଦ୍ଧି ରହିଛି।

Related posts

ଲସ୍କର-ଏ-ତୋଏବାର କାସିମ ଗୁଜ୍ଜରଙ୍କୁ ଆତଙ୍କବାଦୀ ଘୋଷଣା 

mahabharatanews

ଇଣ୍ଡୋନେସିଆ ପାଇଁ ଭାରତରେ ବୃଦ୍ଧି ପାଇବା ତୈଳ ଦର

mahabharatanews

ସୁପ୍ରିମକୋର୍ଟରେ ବନ୍ଦହେଲା ବାବ୍ରି ମାମଲା

mahabharatanews