ଓଡିଶା

ରେଳ ଷ୍ଟେସନରେ ହାତୀ ଆତଙ୍କ

(ରାୟଗଡା) : ଦିନକୁ ଦିନ ଜନବସତି ମୁହାଁ ହେବାରେ ଲାଗିଛନ୍ତି ହାତୀପଲ । ରେଳ ଷ୍ଟେସନ ଭିତରକୁ ହଠାତ୍‌ ପଶି ଆସିଥିଲା ହାତୀ। ରାୟଗଡ଼ା ଜିଲ୍ଲା ସୀମାନ୍ତ ତଥା ଆନ୍ଧ୍ର ପ୍ରଦେଶର ପାର୍ବତୀପୁରମ୍‌ ରେଳ ଷ୍ଟେସନରେ ଏହି ଘଟଣା ଘଟିଛି । ହାତୀକୁ ଦେଖିବା ମାତ୍ରେ ଟ୍ରେନ୍‌କୁ ଅପେକ୍ଷା କରି ରହିଥିବା ଯାତ୍ରୀମାନେ ପ୍ରାଣ ବିକଳରେ ଏଣେତେଣେ ଦୌଡ଼ିଥିଲେ। ଷ୍ଟେସନ ପରିସରରେ ହାତୀ ପ୍ରାୟ ୪ଘଣ୍ଟା ବୁଲାବୁଲି କରିଥିଲେ ହେଁ କୌଣସି କ୍ଷୟକ୍ଷତି କରିନଥିବା ସୂଚନା ମିଳିଛି ।

 

ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ଗୋଠଛଡ଼ା ଏକ ଦନ୍ତା କୋତାବାଲସା ମାନିକାଣ୍ଟା କଲୋନିରେ ବୁଲାବୁଲି କରିବା ପରେ ପାର୍ବତୀପୁରମ ଟାଉନ୍‌ ରେଳ ଷ୍ଟେସନ ଭିତରକୁ ପଶି ଯାଇଥିଲା। ଏହି ସମୟରେ ଷ୍ଟେସନରେ ଟ୍ରେନ୍‌କୁ ଅପେକ୍ଷା କରି ରହିଥିବା ଯାତ୍ରୀମାନେ ହାତୀକୁ ଦେଖି ଭୟଭୀତ ହୋଇପଡ଼ିଥିଲେ। ପରେ ସମସ୍ତେ ଏଣେତେଣେ ‌ଦୌଡ଼ିଥିଲେ।

Related posts

କମ୍ବିଂ ଅପରେସନ ବେଳେ ନକ୍ସଲ-ସୁରକ୍ଷାକର୍ମୀ ଗୁଳି ବିନିମୟ, କ୍ୟାମ୍ପ ଧ୍ୱଂସ

mahabharatanews

ସ୍ଥିର ରହୁନି ସୁନାରୁପା ଦର, ପୁଣି ମହଙ୍ଗା ହେଲା ରୁପା

mahabharatanews

ରେଳ ଦୁର୍ଘଟଣା : ଆଜି ନୁହେଁ ୧୩ରେ ଆସିବ ‘ଲଭ ଇନ୍ ଲଣ୍ଡନ୍‌’

mahabharatanews