ମନୋରଞ୍ଜନ

 ପୁଣି ଏକାଠି ନଜର ଆସିଲେ ସୁସ୍ମିତା ଓ ତାଙ୍କ ପ୍ରେମିକ 

(ମୁମ୍ବାଇ) : ସୁନ୍ଦରୀ ସୁସ୍ମିତା ନିଜ ପ୍ରେମ ସଂପର୍କକୁ ନେଇ ଅନେକ ଥର ଚର୍ଚ୍ଚାରେ ରହିଥିବା ସୁସ୍ମିତା ଏବେ ପୁଣି ଥରେ ହେଡ୍‌ଲାଇନ୍‌ ପାଲଟିଛନ୍ତି।  ୪୮ ବର୍ଷୀୟା ଅଭିନେତ୍ରୀ ପୁଣି ଥରେ ତାଙ୍କଠାରୁ ୧୮ ବର୍ଷ ସାନ ପୂର୍ବ ପ୍ରେମିକଙ୍କ ସହ ବୁଲାବୁଲି କରିବା ସମୟ‌ରେ କ୍ୟାମେରାରେ କଏଦ ହୋଇଛନ୍ତି। ଦୁ‌ହିଁଙ୍କୁ ଗତ ରାତିରେ ସିନେ ନିର୍ମାତା ରମେଶ ତୌରାନୀଙ୍କ ସହ ଦେଖିବାକୁ ମିଳିଥିଲା। ଦୁଇଁ ଜଣଙ୍କୁ ପୁଣି ଏକାସାଥୀରେ ଦେଖି ସେମାନଙ୍କ ସଂପର୍କକୁ ନେଇ ଆଲୋଚନା ଆରମ୍ଭ ହୋଇଯାଇଛି।

ସୂଚନାନୁଯାୟୀ , ଭାଇରାଲ ଭିଡିଓରେ ରୋହମାନ ବ୍ରହ୍ମାଣ୍ଡ ସୁନ୍ଦରୀ ସୁସ୍ମିତାଙ୍କ ହାତ ଧରି ବାଟ କଢ଼େଇ ନେଉଥିବାର ନଜର ଆସିଛନ୍ତି। ତା’ପରେ ଦୁହେଁ ଦୁହିଁଙ୍କ ସହ ପୋଜ୍‌ ଦେଇଛନ୍ତି। ଦୁଇ ଜଣ ଯାକ ଏକଦମ ଖୁସିରେ ହସୁଥିଲେ। ସେମାନଙ୍କ ଘନିଷ୍ଠତାରୁ ପୁଣି ଥରେ ପ୍ୟାଚ୍‌-ଅପ୍‌ ହୋଇଯାଇଛି ବୋଲି ପ୍ରଶଂସକମାନେ ଅନୁମାନ କରୁଛନ୍ତି।

Related posts

ରାଘବଙ୍କ ସହ ଡେଟିଂର ପ୍ରତିକ୍ରିୟା ରଖିଲେ ଶେହାନାଜ

mahabharatanews

ମନି ଲଣ୍ଡରିଂ ମାମଲା; କୋର୍ଟରେ ହାଜର ହେଲେ ଜ୍ୟାକଲିନ୍

mahabharatanews

୮୮ ବର୍ଷରେ ପାଦ ଥାପିଲେ ପ୍ରସିଦ୍ଧ ଅଭିନେତା ଧର୍ମେନ୍ଦ୍ର

mahabharatanews