ଓଡିଶା

ସିଂହୀ ଶୂନ୍ୟ ନନ୍ଦନକାନନ

(ଭୁବନେଶ୍ୱର) : ନନ୍ଦନକାନନରେ ଆଉ ଶୁଭିବନି ଆଫ୍ରିକୀୟ ସିଂହୀର ରଡି । ଆଖି ବୁଜିଲା ଏକମାତ୍ର ଆଫ୍ରିକୀୟ ସିଂହୀ । ୧୮ ବର୍ଷୀୟା ସିଂହୀ ବିନି ବାର୍ଦ୍ଧକ୍ୟଜନୀତ କାରଣରୁ ସେ ଅସୁସ୍ଥ ଥିଲା । ବାର୍ଦ୍ଧକ୍ୟଜନିତ ଅସୁସ୍ଥତାରୁ ତା’ର ମୃତ୍ୟୁ ହୋଇଛି ବୋଲି କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ବିନିର ମୃତ୍ୟୂ ପରେ ଏଣିକି ଆଉ ନନ୍ଦନକାନନରେ ଆଫ୍ରିକୀୟ ସିଂହ ଦେଖିବାକୁ ମିଳିବ ନାହିଁ ।

ସୂଚନାନୁଯାୟୀ , ବିନିର ମୃତ୍ୟୁ ପରେ ନନ୍ଦନକାନନରେ ସିଂହଙ୍କ ସଂଖ୍ୟା ୨୧କୁ ଖସିଆସିଛି । ୨୦୧୫ ମସିହାରେ ବିନିକୁ ଇସ୍ରାଏଲରୁ ଅଣାଯାଇଥିଲା । ୨୦୦୭  ଜାନୁଆରି ୧ ଜନ୍ମ ନେଇଥିବା ବିନିକୁ ସେତେବେଳେ ୮ ବର୍ଷ ବୟସ ହୋଇଥିଲା । ସେତେବେଳେ ବିନି ସମେତ ୪ଟି ସିଂହ ଓ ୪ଟି ଜେବ୍ରା ମଧ୍ୟ ଆସିଥିଲେ । କିନ୍ତୁ କାଳକ୍ରମେ ଆଫ୍ରିକୀୟ ସିଂହ ଓ ଜେବ୍ରାଙ୍କ ମୃତ୍ୟୁ ହୋଇଥିଲା । ଶେଷକୁ ବିନି ହିଁ ଏକମାତ୍ର ଆଫ୍ରିକୀୟ ସିଂହୀ ଥିଲା । ବାର୍ଦ୍ଧକ୍ୟ ହେତୁ ବିନିର ଅଧିକାଂଶ ଦାନ୍ତ ଝଡ଼ି ପଡ଼ିଥିଲା ଏବଂ ଭଲରେ ଖିଆପିଆ ନ କରିପାରି ସେ ଧୀରେଧୀରେ ଦୁର୍ବଳ ହୋଇପଡ଼ିଥିଲା ।

Related posts

ମାଲକାନଗିରି ଜିଲ୍ଲାରୁ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ

mahabharatanews

ବିଜିଗୋଳ ବିବେକାନନ୍ଦ ଶିକ୍ଷାକେନ୍ଦ୍ରର ବାର୍ଷିକ ଉତ୍ସବ

mahabharatanews

ସରପଞ୍ଚ ସଂଘ ତରଫରୁ ଆର୍ଥିକ ସହାୟତା ପ୍ରଦାନ

mahabharatanews