ମନୋରଞ୍ଜନ

‘ଟାଇଗର୍‌-୩’; ଅଗ୍ରୀମ ୫ଲକ୍ଷ ଟିକେଟ ବିକ୍ରି

(ମୁମ୍ବାଇ) : ଦିୱାଲୀରେ ରିଲିଜ୍ ହେବାକୁ ଯାଉଛି ସଲ୍‌ମାନ ଖାନଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଟାଇଗର୍‌-୩’। ୟଶ୍‌ ରାଜ୍‌ ଫିଲ୍ମସର ଗୁପ୍ତଚର ଫିଲ୍ମ ଶୃଙ୍ଖଳାର ପଞ୍ଚମ ତଥା ‘ଟାଇଗର୍‌’ ଶୃଙ୍ଖଳାର ତୃତୀୟ ଫିଲ୍ମ। ଫିଲ୍ମର ଅଗ୍ରିମ ବୁକିଂରୁ ଉତ୍ସାହପ୍ରଦ ସୂଚନା ମିଳିଛି। ଆଜିର ଶେଷ ହିସାବ ଅନୁସାରେ, ଆଡ୍‌ଭାନ୍ସ ବୁକିଂର ପ୍ରଥମ ୫ଦିନରେ କେବଳ ରିଲିଜ୍‌ ଦିନ ପାଇଁ ପ୍ରାୟ ୪ଲକ୍ଷ ୬୨ ହଜାର ୩୨୭ଟି ଟିକେଟ୍ ବିକ୍ରି ହୋଇ ଯାଇଛି, ଯାହାର ମୂଲ୍ୟ ପାଖାପାଖି ୧୨ କୋଟି ୪୦ ଲକ୍ଷ ଟଙ୍କା। ଏହା ଭିତରୁ ୪ଲକ୍ଷ ୩୫ହଜାର ୯୧୩ଟି ଟିକେଟ ୨-ଡି ହିନ୍ଦୀ ପାଇଁ ବୁକିଂ ହୋଇଛି।

ସୂଚନାନୁଯାୟୀ , ୟଶ୍ ରାଜ୍‌ ଫିଲ୍ମସ ଦ୍ବାରା ନିର୍ମିତ, ଆଦିତ୍ୟ ଚୋପ୍ରାଙ୍କ ପ୍ରଯୋଜିତ ‘ଟାଇଗର୍‌-୩’ର ନିର୍ଦ୍ଦେଶକ ହେଉଛନ୍ତି ମନୀଶ ଶର୍ମା। ଏଥିରେ ସଲମାନ୍‌ଙ୍କ ସହିତ ଅଛନ୍ତି କ୍ୟାଟ୍ରିନା କୈଫ୍ ଓ ଇମ୍ରାନ୍‌ ହାସ୍‌ମି। ‘ଟାଇଗର୍‌-୩’ ହେଉଛି , ସେଥିରେ ସନ୍ଦେହ ନାହିଁ। କାରଣ ଶେଷ ଆଡ଼କୁ ଟିକେଟ ବୁକିଂ ବହୁଗୁଣରେ ବୃଦ୍ଧିପାଏ।

Related posts

୫୦୦କୋଟି ଟଙ୍କା କ୍ଲବରେ ଏଣ୍ଟ୍ରି କଲା ‘ସାଲାର’ 

mahabharatanews

୩୦୦୦ କୋଟି ଟଙ୍କା ଟପିଲା ଉଭୟ ‘ଧୁରନ୍ଧର’

mahabharatanews

ହାତକୁ ଦି ହାତ ହେବେ ଅଭିନେତ୍ରୀ ଜାହ୍ନବୀ କପୁର

mahabharatanews