ମନୋରଞ୍ଜନ

ଭାଇରଲ ହେଲା କାଜଲଙ୍କ ଡିପ୍‌ଫେକ୍‌ ଭିଡିଓ

(ମୁମ୍ବାଇ) : ରଶ୍ମିକା ମନ୍ଦାନାଙ୍କ ଡିପ୍‌ଫେକ୍‌ ଭିଡିଓ ପରେ ଏବେ ଏହାର ଶିକାର ହୋଇଛନ୍ତି କାଜଲ । ଅଭିନେତ୍ରୀଙ୍କ ଡିପ୍‌ଫେକ୍‌ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହି ଭିଡିଓରେ କାଜଲ ତାଙ୍କ ପୋଷାକ ବଦଳାଇଥିବାର ନଜର ଆସିଛନ୍ତି। ତେବେ ଫ୍ୟାକ୍ଟ ଚେକିଂ ପ୍ଲାଟଫର୍ମ ବୁମ ଅନୁଯାୟୀ ଏହି ଭିଡିଓ କାଜଲଙ୍କର ନୁହେଁ ବରଂ ଜଣେ ମଡେଲଙ୍କର ।

ସୂଚନାନୁଯାୟୀ , ବର୍ତ୍ତମାନ ଏହି ଡିପ୍‌ଫେକ୍‌ ଭିଡିଓ ସାମ୍ନାକୁ ଆସିଥିବାବେଳେ ଏହାକୁ ନେଇ କାଜଲଙ୍କ ପ୍ରଶଂସକମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଏହାପୂର୍ବରୁ ସୋସିଆଲ ମିଡିଆରେ ରଶ୍ମିକାଙ୍କ ଏକ ଡିପ୍‌ଫେକ୍‌ ଭିଡିଓ ଭାଇରାଲ ହୋଇଥିଲା । ଜଣେ ବ୍ରିଟିଶ-ଭାରତୀୟ ଇନଫ୍ୟୁଏନ୍ସର ଜାରା ପଟେଲ, କଳା ପୋଷାକ ପିନ୍ଧି ଲିଫ୍‌ଟରେ ପ୍ରବେଶ କରୁଛନ୍ତି। ତେବେ, ତାଙ୍କ ଚେହେରାକୁ ଅଭିନେତ୍ରୀ ରଶ୍ମିକା ମନ୍ଦାନାଙ୍କ ଭଳି ଦେଖାଯିବା ପାଇଁ ଏଡିଟ୍‌ କରାଯାଇଥିଲା ।

Related posts

ଦୀପିକାଙ୍କ ସାଙ୍ଗରେ ରାମ୍ପରେ ଚାଲିଲେ ରଣବୀର ସିଂ; ଭିଡ଼ିଓ ହେଉଛି ଭାଇରଲ

mahabharatanews

ପାଦରେ ପାଦ ମିଳାଇ ନାଚିଲେ ଦୀପିକା-ରଣବୀର 

mahabharatanews

ହସ୍ପିଟାଲରୁ ଘରକୁ ଫେରିଲେ ସୈଫ୍

mahabharatanews