ଓଡିଶା

୨୨ରୁ ବସ୍ ମାଲିକ ସଂଘଙ୍କ ପ୍ରତିବାଦ 

(ଭୁବନେଶ୍ୱର) : ସରିଲା କଟକ ଘରୋଇ ବସ୍ ମାଲିକ ସଂଘ ବୈଠକ। ଆସନ୍ତା ୨୨ ତାରିଖ ଦିନ ବିଧାନସଭା ଆଗରେ ପ୍ରତିବାଦ ନିଷ୍ପତ୍ତିକୁ ସମ୍ମତି ପ୍ରଦାନ କରାଯାଇଛି ଥିବା ସୂଚନା  । ୧୦୦ ଜଣ ବସ୍ ମାଲିକ ଏହି ପ୍ରତିବାଦରେ ସାମିଲ୍ ହେବେ ବୋଲି ନିଷ୍ପତ୍ତି ନିଆଯାଇଛି।

ସୂଚନାଯୋଗ୍ୟ, କଳାହାଣ୍ଡି ଜିଲ୍ଲା ଭବାନୀପାଟଣାରେ ଅଭିଯୋଗ କରାଯାଇଛି ଯେ ମୋ ବସ ଚଳାଚଳ କ୍ଷେତ୍ରରେ କୌଣସି ନୀତି ନିୟମ କାର୍ଯ୍ୟକାରୀ ହେଉନାହିଁ। କେବଳ ସହରାଞ୍ଚଳରେ ଚାଲିବାକୁ ଥିବାରୁ ତାହା ଅନ୍ୟାନ୍ୟ ରୁଟ୍‌ରେ ଚଳାଚଳ କରିବାରୁ ଘରୋଇ ସଂସ୍ଥା ଗୁଡିକ ଅନେକ କ୍ଷତି ସହୁଥିବା ଅଭିଯୋଗ କରିଛନ୍ତି। ୨୨ ତାରିଖରେ ରାଜଧାନୀରେ ଏକ ବିଶାଳ ସମାବେଶ କରାଯାଇ ରାଜ୍ୟ ସରକାରଙ୍କୁ ସ୍ମାରକପତ୍ର ପ୍ରଦାନ କରାଯିବ। କୌଣସି ରାଜନୈତିକ ଦଳକୁ ରାଜନୈତିକ କାର୍ଯ୍ୟକ୍ରମ ପାଇଁ ଘରୋଇ ବସ ଯୋଗାଇ ଦିଆଯିବ ନାହିଁ।

Related posts

ଜର୍ଟି ଷ୍ଟେସନରେ ଏକ ମାଲବାହୀ ଟ୍ରେନ ଲାଇନ ଚ୍ୟୁତ

mahabharatanews

ଗ୍ୟାସ ଲିକ୍ରୁ ଅଗ୍ନିକାଣ୍ଡ ୬ ବଖରା ଭସ୍ମ, ମହିଳା ଜୀବନ୍ତ ଦଗ୍ଧ

mahabharatanews

ସମ୍ବଲପୁର ଆକ୍ରମଣ ଘଟଣା: ୧୯ରେ ୧୨ ଘଣ୍ଟିଆ ବରଗଡ଼ ବନ୍ଦ ଡାକରା

mahabharatanews