ଖେଳ

କ୍ରିକେଟ୍ ବିଷୟରେ ଏତେ ଜ୍ଞାନ ନଥିବ କହି ଫସିଲେ ହରଭଜନ ସିଂ 

(ମୁମ୍ବାଇ)  : ବିଶ୍ୱକପ ଫାଇନାଲରେ ଦୁଇ ଅଭିନେତ୍ରୀଙ୍କୁ ନେଇ ଏପରି ବିବୃତ୍ତି ଦେଇଥିଲେ ଯାହାକୁ ନେଇ ଏବେ ସୋସିଆଲ ମିଡିଆରେ ଭାରତୀୟ କ୍ରିକେଟର ତଥା ୨୦୧୧ ବିଶ୍ୱକପ ବିଜେତା ଦଳର ସଦସ୍ୟ ହରଭଜନ ସିଂ ଲଗାତାର ଟ୍ରୋଲ କରାଯାଉଛି । ଅନୁଷ୍କା ଶର୍ମା ଏବଂ ଆଥିଆ ଶେଟ୍ଟୀଙ୍କୁ କମେଣ୍ଟ କରି ଫସିଲେ ପୂର୍ବତନ ।

ସୂଚନାନୁଯାୟୀ , ଅହମ୍ମଦାବାଦରେ ହେଉଥିବା  ଗତକାଲି ମ୍ୟାଚରେ କମେଣ୍ଟ୍ରି କରିବା ସମୟରେ ହରଭଜନ କହିଥିଲେ, ମୁଁ ଭାବୁଛି ଏହି ଆଲୋଚନା ଅର୍ଥାତ୍ (ଅନୁଷ୍କା ଏବଂ ଆଥିଆଙ୍କ ମଧ୍ୟରେ ହେଉଥିବା ଆଲୋଚନା) କ୍ରିକେଟ୍ ବିଷୟରେ ହେଉଛି ନା’ଚଳଚ୍ଚିତ୍ର ବିଷୟରେ । କାରଣ କ୍ରିକେଟ୍ ବିଷୟରେ ଏତେ ଜ୍ଞାନ ତ ନଥିବ । ଆଥିଆ-ଅନୁଷ୍କାଙ୍କ ଉପରେ ହରଭଜନଙ୍କର ଏପରି ମନ୍ତବ୍ୟ ଉପରେ ଲୋକଙ୍କର ଭିନ୍ନ ଭିନ୍ନ ପ୍ରତିକ୍ରିୟା ପ୍ରକାଶ ପାଇଛି: କିଛି ସୋସିଆଲ ମିଡିଆ ୟୁଜର୍ସ ହରଭଜନଙ୍କୁ ତାଙ୍କର ଏପରି ମନ୍ତବ୍ୟ ପାଇଁ ସମାଲୋଚନା କରୁଛନ୍ତି ସେହିପରି କିଛି ଲୋକେ ତ ହରବଜନ ସିଂଙ୍କୁ ତୁରନ୍ତ ଦୁଇ ଅଭିନେତ୍ରୀଙ୍କୁ କ୍ଷମା ମାଗିବା ପାଇଁ କହିଛନ୍ତି ।

Related posts

ପଦ ପକ୍କା କଲେ ପ୍ରମୋଦ,ବ୍ରାଜିଲ ଯୋଡିକୁ ପରାସ୍ତ କରି କ୍ୱାର୍ଟର ଫାଇନାଲରେ ପ୍ରମୋଦ

mahabharatanews

ଲକ୍ଷ୍ମଣ ହେଲେ NCAର ନୂଆ ମୁଖିଆ

mahabharatanews

ଦକ୍ଷିଣ ଆଫ୍ରିକା ବିପକ୍ଷରେ ଆଗାମୀ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ପାଇଁ ଭାରତୀୟ ଦଳ ଘୋଷଣା

mahabharatanews