ଓଡିଶା

ଆଜି ରାଷ୍ଟପତି ଶୁଭାରମ୍ଭ କରିବେ ତିନୋଟି ନୂଆ ଟ୍ରେନ୍

(ଭୁବନେଶ୍ୱର) : ଓଡ଼ିଶା ଗସ୍ତରେ ଆସିଛନ୍ତି ମହାମହିମ । ଗତକାଲି ଠାରୁ ମୟୁରଭଞ୍ଜ ଗସ୍ତରେ ଆସିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ପରିବାର ଲୋକଙ୍କ ସହ ରାଇରଙ୍ଗପୁରରେ ରାତ୍ରିଯାପନ କରିଛନ୍ତି । ଏହା ପରେ ଆଜି ପାହାଡପୁର ଓ ରାଇରଙ୍ଗପୁରରେ ରାଷ୍ଟ୍ରପତିଙ୍କ ବିଭିନ୍ନ କାର୍ଯ୍ୟକ୍ରମ ରହିଛି ।

ସୂଚନାନୁଯାୟୀ , ପ୍ରଥମେ ରାଷ୍ଟ୍ରପତି ନିଜ ବାସଭବନରୁ ବାହାରି ଶ୍ୱଶୁର ଘର ଗାଁରେ ପହଞ୍ଚିବା ପରେ ଏଲଆଣ୍ଡଟି ଦ୍ୱାରା ପରିଚାଳିତ ହେବାକୁ ଥିବା ଦକ୍ଷତା ବିକାଶ କେନ୍ଦ୍ରକୁ ଉଦଘାଟନ କରିବେ । ପରେ ନିଜେ ଗଢିଥିବା ଏସଏଲଏସ୍ ଆବାସିକ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ସହିତ ଭାବ ବିନିମୟ କରିବେ । ଏହା ପରେ ରେଳ ବିଭାଗ ଦ୍ୱାରା ପ୍ରସ୍ତୁତ ତିନିଟି ନୂଆ ଟ୍ରେନର ଶୁଭାରମ୍ଭ କରିବେ । ବାଦାମପାହାଡ-ରାଉରକେଲା ମେମୁ, ବାଦାମପାହାଡ- ରାଉରକେଲା ସାପ୍ତାହିକ ଓ ବାଦାମପାହାଡ-ସାଲିମାର ସାପ୍ତାହିକ ଟ୍ରେନର ଶୁଭାରମ୍ଭ କରିବେ । ଏହି ଅବସରରେ ରାଷ୍ଟ୍ରପତିଙ୍କ ଦ୍ୱାରା ଅମ୍ରିତ ଷ୍ଟେସନ୍ ଯୋଜନାରେ ବାଦାମପାହାଡ ରେଳ ଷ୍ଟେସନର ଭିତିପ୍ରସ୍ତର ସ୍ଥାପନ ହେବ । ପରେ ରାଇରଙ୍ଗପୁର ନୂଆ ପୋଷ୍ଟାଲ ଡିଭିଜନର ଶୁଭାରମ୍ଭ କରିବେ ରାଷ୍ଟ୍ରପତି । ଏଥି ସହ ଡାକ ବିଭାଗ ଦ୍ୱାରା ସ୍ୱତନ୍ତ୍ର କଭର ଉନ୍ମୋଚନ କାର୍ଯ୍ୟକ୍ରମ ରହିଛି ।

Related posts

କରୋନା ସାଙ୍ଗକୁ, ଦାଉ ସାଜୁଛି କାଳ ଵୈଶାଖୀ

mahabharatanews

ବିରୋଧୀଙ୍କୁ କଡା ଜବାବ ଦେଲେ ନବୀନ

mahabharatanews

କୋଭିଡ-୧୯ ପାଇଁ ନବରଙ୍ଗପୁର ଖ୍ରୀଷ୍ଟିୟାନ ହସ୍ପିଟାଲ ସହ ଏମଓୟୁ ସ୍ଵାକ୍ଷର

mahabharatanews