ଓଡିଶା

 ୧୫ରୁ ବରଗଡ ଧନୁଯାତ୍ରା 

(ବରଗଡ଼) : ଜାନୁଆରୀ ୧୫ରୁ ଆରମ୍ଭ ହେବ ବରଗଡ ଧନୁଯାତ୍ରା । ଆରମ୍ଭ ହେବ ବରଗଡ ଧନୁଯାତ୍ରା । ୨୫ ତାରିଖ ଯାଏଁ ୧୧ ଦିନ ଧରି ଚାଲିବ ମହାରାଜ କଂସଙ୍କ ରାଜମତି । ବରଗଡ ଧନୁଯାତ୍ରା କମିଟିର ଅଧ୍ୟକ୍ଷ ତଥା ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବସିଥିବା ପ୍ରସ୍ତୁତି ବୈଠକରେ ୭୬ତମ ଧନୁଯାତ୍ରା ପାଇଁ କାର୍ଯ୍ୟସୂଚୀ ସ୍ଥିର ହୋଇଛି । ଧନୁଯାତ୍ରା ମହୋତ୍ସବ ସମିତିର ଏହି ସାଧାରଣ ପରିଷଦ ବୈଠକ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ହୋଇଛି ।

ସୂଚନାନୁଯାୟୀ , ବୈଠକରେ ନାନାଦି ଅଭିଯୋଗ ସାମନାକୁ ବି ଆସିଛି । ବରଗଡ଼ ପୌରାଞ୍ଚଳର ୭କିମି ପରିଧି ମଧ୍ୟରେ ଆୟୋଜିତ ଏହି ଯାତ୍ରା ପୃଥିବୀର ବିଶାଳତମ ଖୋଲା ରଙ୍ଗମଞ୍ଚ ଭାବେ ଜଣା । ବରଗଡ ସହର ପାଲଟିବ ମଥୁରା ନଗରୀ ଓ ଅମ୍ବାପାଲି ପାଲଟିବ ଗୋପପୁର  ।  ପୌରାଣିକ କଥାବସ୍ତୁ ହରିବଂଶର ମଥୁରା ବିଜୟକୁ ନାଟ୍ୟ ରୁପାନ୍ତର ଆକାରରେ ଧନୁଯାତ୍ରାରେ ମଞ୍ଚସ୍ଥ କରାଯାଇଥାଏ । ଧନୁଯାତ୍ରା ମାତୁଳ କଂସର ଧନୁଯାତ୍ରାରେ ଭାଗନେବାପାଇଁ ଭଗବାନ କୃଷ୍ଣଙ୍କର ମଥୁରାଯାତ୍ରାର ସ୍ମୃତି ବହନ କରେ ।

Related posts

ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୭ ଜଣଙ୍କର ମୃତ୍ୟୁ, ମୋଟ କରୋନାଜନିତ ମୃତ୍ୟୁସଂଖ୍ୟା ୧୫୬୦କୁ ବୃଦ୍ଧି

mahabharatanews

ଅଗ୍ନିକାଣ୍ଡରେ ୬ ପରିବାରର ୯ ବଖରା ପୋଡି ପାଉଁଶ

mahabharatanews

କଣ୍ଟେନମେଣ୍ଟ ଜୋନରେ ମୋ ବସ ମାଧ୍ୟମରେ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ

mahabharatanews