ଓଡିଶା

ବାତ୍ୟା ‘ମିଚାଉଙ୍ଗ୍‌’ ; ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା 

(ଭୁବନେଶ୍ୱର) :  ବାତ୍ୟା ‘ମିଚାଉଙ୍ଗ୍‌’ ନେଇ ଓଡ଼ିଶା ପାଇଁ କୌଣସି ସତର୍କ ସୂଚନା ଜାରି ହୋଇନାହିଁ। କିନ୍ତୁ ବାତ୍ୟା ଉପରେ ସମ୍ପୂର୍ଣ ନଜର ରଖାଯାଇଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ଏଚ୍‌ ଆର ବିଶ୍ବାସ ଏହା କହିଛନ୍ତି। ଦକ୍ଷିଣ ଆଣ୍ଡାମାନ ନିକୋବର ଅଞ୍ଚଳ ପାଇଁ ସତର୍କ ସୂଚନା ଜାରି ହୋଇଛି। ତାର ଆଖପାଖ ଅଞ୍ଚଳ ଦକ୍ଷିଣ ବଙ୍ଗୋପ ସାଗର ଅଞ୍ଚଳ ପାଇଁ ସତର୍କ ସୂଚନା ଜାରି ହୋଇଛି। ସେଠାକାର ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି।

ତେବେ କାଲି (ବୁଧବାର) ଠାରୁ ୨ ଡିସେମ୍ବର ପର୍ଯ୍ୟନ୍ତ ପାଗ ଶୁଖିଲା ରହିବାର ସମ୍ଭାବନା ରହିଛି। ୩ ଡିସେମ୍ବରରେ କୋରାପୁଟ, ରାୟଗଡା, ଗଜପତି, ଗଞ୍ଜାମ, ପୁରୀ, ଜଗତସିଂହପୁର, ଜିଲ୍ଲାର କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି।ସେହିପରି ୪ ଡିସେମ୍ବରରେ ଉପକୂଳ ଓଡିଶା ଏବଂ ଅନ୍ୟ କିଛି ଅଞ୍ଚଳରେ ବର୍ଷା ହେବାର ସମ୍ଭାବନା ଅଛି ବୋଲି ଶ୍ରୀ ବିଶ୍ବାସ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

 

Related posts

ପେନସନ ଅଦାଲତର ପ୍ରସ୍ତୁତି ବୈଠକ ଅନୁଷ୍ଠିତ

mahabharatanews

ପରଲୋକରେ ବରିଷ୍ଠ କଂଗ୍ରେସ ନେତା ଡମ୍ବରୁଧର ଉଲାକ

mahabharatanews

ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ଚାଲିବ ଓସିଏସ ସାକ୍ଷାତକାର ପରୀକ୍ଷା

mahabharatanews