ମନୋରଞ୍ଜନ

‘ରଣବୀର ହେଉଛନ୍ତି ଭାରତର ସର୍ବୋତ୍ତମ ଅଭିନେତା’; ମହେଶ ବାବୁ

(ମୁମ୍ବାଇ) : ନିକଟରେ ବଲିଉଡ ଅଭିନେତା ରଣବୀର କପୁରଙ୍କ ଫିଲ୍ମ ‘ଆନିମଲ’ର ଟ୍ରେଲର ସାମ୍ନାକୁ ଆସିଥିଲା। ଏହି ଟ୍ରେଲରରେ ରଣବୀର କପୁରଙ୍କ ଭିନ୍ନ ଲୁକ୍ ନଜର ଆସିଥିଲା। ଡିସେମ୍ବର ୧ରେ ଫିଲ୍ମ ରିଲିଜ୍ ହେବାକୁ ଥିବା ବେ‌ଳେ ଏବେ ଏହାର ପ୍ରମୋସନରେ ବ୍ୟସ୍ତ ରହିଛି ପୂରା ଟିମ୍।

ସୂଚନାନୁଯାୟୀ , ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସାଉଥ ସୁପରଷ୍ଟାର ମହେଶ ବାବୁଙ୍କୁ ଦେଖିବାକୁ ମିଳିଥିଲା ​। ପ୍ରଚାର କାର୍ଯ୍ୟକ୍ରମରେ ମହେଶ ବାବୁ, ରଣବୀର କପୁରଙ୍କୁ ବହୁତ ପ୍ରଶଂସା କରିଥିଲେ। ଏହା ସହ ମୁଁ ରଣବୀରଙ୍କ ବଡ଼ ପ୍ରଶଂସକ ବୋଲି ମଧ୍ୟ କହିଥିଲେ। ଏହାର ଏକ ଭିଡିଓ ଏବେ ସାମ୍ନାକୁ ଆସିଛି, ଯାହା ସୋସିଆଲ ମିଡିଆରେ ଭାଇରାଲ ହେଉଛି। ମୁଁ ଆଜି ପୁଣି କହିବାକୁ ଚାହେଁ ଯେ ମୁଁ ରଣବୀର କପୁରଙ୍କ ଜଣେ ବଡ଼ ପ୍ରଶଂସକ ଏବଂ ମୋ ହିସାବରେ ରଣବୀର ହେଉଛନ୍ତି ଭାରତର ସର୍ବୋତ୍ତମ ଅଭିନେତା।” ମହେଶଙ୍କଠାରୁ ଏହା ଶୁଣି ରଣବୀର କପୁର ଖୁସିରେ ହସୁଥିବା ଦେଖିବାକୁ ମିଳିଛି।

 

 

Related posts

ଏତିକି କୋଟି ଆୟ କଲା ଫିଲ୍ମ ‘କ୍ରୁ’ 

mahabharatanews

ଚର୍ଚାରେ ସଲମାନଙ୍କ ଟାଇଗର-୩ 

mahabharatanews

ଜିଲ୍ଲା ସ୍ତରୀୟ ଗଜପତି ଉତ୍ସବ ପାଇଁ ପୌର ପରିଷଦ ପକ୍ଷ ରୁ ରହାଗିରି କାର୍ଯ୍ୟକ୍ରମ ଅନୁଷ୍ଟିତ

mahabharatanews