(ସମ୍ବଲପୁର) : ସମ୍ବଲପରୁ ଷ୍ଟେସନର ୱାସିଂ ଲାଇନରେ ଲାଇନଚ୍ୟୁତ ହୋଇଛି ଏକ ଏକ୍ସପ୍ରେସ୍ ଟ୍ରେନ୍ । ଟ୍ରେନଟି ଗତକାଲି ବିଳମ୍ବିତ ରାତିରେ ସମ୍ବଲପୁର ଷ୍ଟେସନ ପହଞ୍ଚି ଯାତ୍ରୀଙ୍କୁ ଓହ୍ଲାଇବା ପରେ ଧୁଆ ହେବାକୁ କ୍ଷେତରାଜପୁର ୱାସିଂ ଲାଇନକୁ ଯାଉଥିଲା । ଏହି ସମୟରେ ଟ୍ରେନର ପ୍ୟାଣ୍ଟ୍ରିକାର ବଗିଟି ଲାଇନଚ୍ୟୁତ ହୋଇଥିଲା । ତେବେ ଏହା ସମ୍ବଲପୁର- ଜମ୍ମୁ ତୱି ଏକ୍ସପ୍ରେସର ପ୍ୟାଣ୍ଟ୍ରିକାର ବଗି ଥିଲା ।
ସୂଚନାନୁଯାୟୀ , ଏହା ପରେ ରେଳବାଇ ପକ୍ଷରୁ ତୁରନ୍ତ ଉଦ୍ଧାରକାର୍ଯ୍ୟ କରାଯାଇ ଟ୍ରେନକୁ ଟ୍ରାକକୁ ଅଣାଯାଇଥିଲା । ତେବେ ଟ୍ରେନରେ ଯାତ୍ରୀ ନଥିବାରୁ କୌଣସି କ୍ଷତି ହୋଇନଥିବା ଜଣାପଡିଛି । ଆଜି ଟ୍ରେନଟି ପୁନର୍ବାର ଯାତ୍ରା ଆରମ୍ଭ କରିବ ବୋଲି ରେଳବାଇ ପକ୍ଷରୁ କୁହାଯାଇଛି । କେଉଁ କାରଣ ପାଇଁ ଟ୍ରେନଟି ଲାଇନଚ୍ୟୁତ ହେଲା ରେଳବାଇ ପକ୍ଷରୁ ତଦନ୍ତ କରାଯାଇଛି । ୱାସିଙ୍ଗ ଲାଇନରେ ଘଟଣା ଘଟିଥିବାରୁ ଅନ୍ୟ ଟ୍ରେନର ଯାତାୟାତ ପାଇଁ କୌଣସି ପ୍ରଭାବ ପଡ଼ିନାହିଁ ।
