ମନୋରଞ୍ଜନ

ଫିଲ୍ମ ‘ଆନିମଲ୍’; କଟିବ ଏହି ଦୃଶ୍ୟ

(ମୁମ୍ବାଇ) : ରଣବୀର କପୁରଙ୍କ ବହୁ ପ୍ରତୀକ୍ଷିତ ଆକ୍ସନ୍ ଫିଲ୍ମ ‘ଆନିମଲ୍’ ଡିସେମ୍ବରରେ ପ୍ରେକ୍ଷାଳୟକୁ ଆସିବାକୁ ପ୍ରସ୍ତୁତ ହେଉଥିବାରୁ ସେଣ୍ଟ୍ରାଲ୍ ବୋର୍ଡ ଅଫ୍ ଫିଲ୍ମ ସାର୍ଟିଫିକେଟ୍ ପକ୍ଷରୁ ଏହାର ସେନସର୍ କରାଯାଇଛି। ରିପୋର୍ଟରୁ ଜାଣିବାକୁ ମିଳିିଛି ଯେ ଚଳଚ୍ଚିତ୍ରର ଅବଧି ୩ ଘଣ୍ଟା ୨୩ ମିନିଟ୍‌ ରହିଛି।

ସୂଚନାନୁଯାୟୀ ,ଏଥିସହ ଫିଲ୍ମକୁ  ଆଡଲ୍ଟସ୍ ସାର୍ଟିଫିକେଟ୍ ପ୍ରଦାନ କରିବା ସହ ସିବିଏଫସି ‘ଆନିମଲ୍’ ସିନେମାର ନିର୍ଦ୍ଦେଶକ ସନ୍ଦୀପ ରେଡ୍ଡୀ ଭାଙ୍ଗାଙ୍କୁ ଏହି ଫିଲ୍ମରେ ପାଞ୍ଚଟି ପରିବର୍ତ୍ତନ କରିବାକୁ ନିର୍ଦ୍ଦେଶ ଦେଇଛି। ଏହାରି ମଧ୍ୟରେ ଫିଲ୍ମରେ ଥିବା ଏକ ଅନ୍ତରଙ୍ଗ ଦୃଶ୍ୟକୁ ବାଦ୍ ଦେବାକୁ କୁହାଯାଇଛି। ସିନେମାରେ ବିଜୟ ଏବଂ ଜୋୟାଙ୍କ ମଧ୍ୟରେ ଥିବା ଅନ୍ତରଂଗ ମୁହୂର୍ତ୍ତର ଏକ କ୍ଲୋଜ୍‌-ଅପ୍‌ ଦୃଶ୍ୟକୁ କାଟିବାକୁ ନିର୍ଦ୍ଦେଶ ଦେଇଛି ବୋର୍ଡ। ରଣବୀର କପୁର ଏଥିରେ ମୁଖ୍ୟ ଭୂମିକାରେ ଅବତୀର୍ଣ୍ଣ ହୋଇଥିବା ବେଳେ ଦକ୍ଷିଣୀ ନାୟିକା ରଶ୍ମିକା ମନ୍ଦାନା, ବବି ଦେଓଲ, ଅନୀଲ କପୁର ଆଦି ଜଣାଶୁଣା କଳାକାରଙ୍କୁ ‘ଆନିମଲ୍’ର ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବ।

Related posts

ଆଖି ବୁଜିଲେ ଟେଲି ଅଭିନେତା ଋତୁରାଜ ସିଂହ

mahabharatanews

ଦିଶା ଓ ରାହୁଲଙ୍କ ଘରେ ନୂଆ ଅତିଥି

mahabharatanews

ପରଲୋକରେ ବଲିଉଡର ଲୋକପ୍ରିୟ ଅଭିନେତା ରିଓ କପାଡିଆ

mahabharatanews