ଓଡିଶା

ଜିଲ୍ଲାସ୍ତରୀୟ ବିଜ୍ଞାନ ନାଟକ ପ୍ରତିଯୋଗିତା 2026

ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ପି ଏମ୍ ଶ୍ରୀ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟ ପରିସରରେ  ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ଜିଲ୍ଲା ସ୍ତରୀୟ ବିଜ୍ଞାନ ନାଟକ ପ୍ରତିଯୋଗିତା 2026 ଅନୁଷ୍ଠିତ ହୋଇ ଯାଇଛି।ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ଶିକ୍ଷା ଅଧିକାରୀ ଡକ୍ଟର ମାୟା ଧର ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ବିଜ୍ଞାନ ନିରୀକ୍ଷକ କ୍ରିଷ୍ଣ। ରାଓ, ଅବସର ପ୍ରାପ୍ତ ବିଜ୍ଞାନ ନିରୀକ୍ଷକ ସାତ୍ଵିକ ପଟ୍ଟନାୟକ, ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ମୋନାଲିସା, ମନୋଜ ପାଢ଼ୀ, ଶୁଭ୍ରାଂଶୁ ଶେଖର ପଟ୍ଟନାୟକ ପ୍ରମୁଖ ମଞ୍ଚ।ସିନ ଥିଲେ।

ଆଜିର ବିଷୟ ଥିଲା ବିଜ୍ଞାନ ଓ ସମାଜ।ଗଜପତି ଜିଲ୍ଲାର 7 ଗୋଟି ବ୍ଲକର 9 ଟି ଦଳ ଆସି  ପ୍ରତିଯୋଗିତାରେ ଅଂଶଗ୍ରହଣ କରିଛନ୍ତି। ଏହି ପ୍ରତିଯୋଗୀତାରେ ଯେଉଁ ଦଳ ପ୍ରଥମ ହେବ ସେହି ଦଳ ଜୋନାଲ ସ୍ତର ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ। ଜୋନାଲ ସ୍ତରରେ ଯେଉଁ ଦଳ ପ୍ରଥମ ହେବେ ସେହି ଦଳ ରାଜ୍ୟ ସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ। ଏହି କାର୍ଯ୍ୟକ୍ରମରେ ଅବସର ପ୍ରାପ୍ତ ବିଜ୍ଞାନ ନିରୀକ୍ଷକ ସାତ୍ଵିକ ପଟ୍ଟନାୟକ,ମନୋଜ ପାଢ଼ୀ, ଶୁଭ୍ରାଂଶୁ ଶେଖର ପଟ୍ଟନାୟକ ପ୍ରମୁଖ ବିଚାରକ ଭାବେ ରହିଥିଲେ।ଶିକ୍ଷୟିତ୍ରୀ ସୁନିତା ମଞ୍ଚ ପରିଚାଳନା କରିଥିବାବେଳେ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ମାନେ ପରିଚାଳନାରେ ସହଯୋଗ କରିଥିଲେ ।

Related posts

ସିମେଣ୍ଟ କାରଖାନାରେ ବିସ୍ଫୋରଣ, ୧ ମୃତ

mahabharatanews

‘ରାଜ୍ୟରେ ଜଲଦି ଆରମ୍ଭ ହେବ ସୁଭଦ୍ରା ଯୋଜନା’

mahabharatanews

ଆଚାର୍ୟ୍ୟ ହରିହର ଦାଶଙ୍କ ଜୟନ୍ତୀ ପାଇଁ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ

mahabharatanews