(ଭୁବନେଶ୍ୱର) : ଜନ ଶତାବ୍ଦୀ ଏକ୍ସପ୍ରେସରେ ନିଆଁ । ଭୁବନେଶ୍ୱରରୁ ହାୱାଡ଼ା ଯାଉଥିବା ବେଳେ କଟକ ଷ୍ଟେସନରେ ନିଆଁ ଲାଗିଥିବାର ସୂଚନା ମିଳିଛି । ତେବେ ଅଗ୍ନିକାଣ୍ଡରେ କୌଣସି କ୍ଷୟକ୍ଷତି ଘଟିନାହିଁ । କଟକ ଷ୍ଟେସନରେ ଟ୍ରେନ୍ରେ ଗୋଟିଏ ବଗି ତଳେ ନିଆଁ ଲାଗି ଯାଇଥିଲା । ପରେ ଅଗ୍ନିଶମ ବାହିନୀ ଦ୍ୱାରା ନିଆଁ ଆୟତ୍ତ କରାଯାଇଛି ।
ସୂଚନାନୁଯାୟୀ , ବ୍ରେକିଂ ବାଇଡିଂ ଯୋଗୁଁ ଏକ ବଗି ତଳେ ଅଗ୍ନିକାଣ୍ଡ ଘଟିଥିବା ସ୍ପଷ୍ଟ ହୋଇଛି । ଅଗ୍ନିଶମ ବିଭାଗ ପକ୍ଷରୁ ନିଆଁକୁ ଆୟତ୍ତ କରାଯାଇଛି । ସମସ୍ତ ଯାତ୍ରୀ ସୁରକ୍ଷିତ ରହିଛନ୍ତି । ନିଆଁ ଆୟତ୍ତ ହେବା ପରେ ଟ୍ରେନଟି ଷ୍ଟେସନ ଛାଡ଼ିଥିଲା । ଏବେ ସୁଦ୍ଧା ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ନିଆଁ ଲାଗିବା ପରେ ଯାତ୍ରୀମାନେ ଭୟଭୀତ ହୋଇ ତୁରନ୍ତ ଟ୍ରେନ୍ରୁ ଓହ୍ଲାଇ ପଡ଼ିଥିଲେ । ତେବେ ରେଳ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବା ପାଇଁ ଚେଷ୍ଟା କରିଥିଲେ ।