ଓଡିଶା

ପାରଳାଖେମୁଣ୍ଡିରେ ବୁଲିଲା ସ୍ୱଦେଶୀ ସଂକଳ୍ପ ସଚେତନତା ରଥ

ବିଦେଶୀ ଦ୍ରବ୍ୟ ବର୍ଜନ କରି ନିଜ ଦେଶରେ ଦ୍ରବ୍ୟର ଚାହିଦା ବଢାଇବା ପାଇଁ ସ୍ୱଦେଶୀ ସଂକଳ୍ପ ଯାତ୍ରା ସଚେତନତା ରଥ ପୁରୀ ଠାରୁ ଆରମ୍ଭ ହୋଇଯାଇଛି। ଏହି ଅବସରରେ ପୁରୀରୁ ସଚେତନତା ରଥଟି ବାହାରି ଗଞ୍ଜାମ, ରାୟଗଡା ଦେଇ ଆଜି ପାରଳାଖେମୁଣ୍ଡି ପହଞ୍ଚିଥିଲା । ଫରେଷ୍ଟ ଗେଟ୍ ଠାରୁ ରଥକୁ ସ୍ବାଗତ କରିବା ସହ ଗଜପତି ବାସିନ୍ଦାଙ୍କୁ ସଚେତନତା ବାର୍ତ୍ତା ପ୍ରଦାନ କରିଥିଲେ।

ତେବେ ଏହାର ଲକ୍ଷ୍ୟ ରହିଛି ଯେ ସ୍ୱଦେଶୀ ସଂକଳ୍ପସାରା ଦେଶରେ ସବୁ ଲୋକଙ୍କ ପାଖରେ ପହଞ୍ଚୁ । ଭାରତ ବର୍ଷରେ ବସବାସ କରୁଥିବା , ସମସ୍ତ ଭାରତ ବାସୀଙ୍କ ମଧ୍ୟରେ ସ୍ବଦେଶ ଦ୍ରବ୍ୟ ବ୍ୟବହାର ପାଇଁ ସ୍ୱଦେଶୀ ଭାବନା ଜାଗ୍ରତ ହେଉ ତାହା ସହ ବିଦେଶୀ ଦ୍ରବ୍ୟ ଓ ସାମଗ୍ରୀ ବର୍ଜନ କରିବା । ଯାହାଦ୍ବାରା ଆମ ଦେଶର ଅର୍ଥ ଆମ ପାଖରେ ରହିବ । ଫଳରେ ଦେଶରେ ଉନ୍ନତି ସ‌ହ ଯୁବକ ଯୁବତୀ ମାନଙ୍କ ବିକାଶ ହେବ।

Related posts

ଆସନ୍ତା ଜୁନରେ ଉତ୍କଳ ବିଶ୍ୱବିଦ୍ୟାଳୟର ୭ ପ୍ରଫେସର ନେବେ ଅବସର

mahabharatanews

ମାଙ୍ଗାନିଜ ଖଣି ପରିଚାଳନାରେ ବ୍ୟାପକ ଅନିୟମିତତା ; ରାଜ୍ୟ ସରକାର ଏବଂ ଖଣି ମାଫିଆଙ୍କ ମଧ୍ୟରେ ଅନୈତିକ ବୁଝାମଣା

mahabharatanews

କୋଣାର୍କ ନୃତ୍ୟ ସଙ୍ଗୀତ ମହୋତ୍ସବ ଉଦଘାଦଟିତ

mahabharatanews