ଓଡିଶା

 ବର୍ଷା ପ୍ରଭାବ; କୋରାପୁଟରେ ଭୂସ୍ଖଳନ 

(ଭୁବନେଶ୍ୱର) : ଆନ୍ଧ୍ର ପ୍ରଦେଶର ବାପାଟଲା ନିକଟରେ ସ୍ଥଳଭାଗ ଛୁଇଁଥିବା ଭୀଷଣ ବାତ୍ୟା ‘ମିଗଜୋମ୍‌’ ଦୁର୍ବଳ ହୋଇଛି। ମାତ୍ର ଲ୍ୟାଣ୍ଡଫଲ୍‌ ପରର ପ୍ରଭାବ ଓଡ଼ିଶା ଉପରେ ପଡ଼ିଛି। ଗଜପତି ସମେତ କୋରାପୁଟ, ମାଲକାନଗିରି, ନବରଙ୍ଗପୁର, କଳାହାଣ୍ଡି ଓ ଗଞ୍ଜାମ ଜିଲ୍ଲାରେ ବର୍ଷା ପ୍ରଭାବ ପକାଇଛି। କୋରାପୁଟ ଜିଲ୍ଲା କୋଟିଆରେ ଭୂସ୍ଖଳନ ସହ ପାହାଡ଼ ଉପରୁ ପଥର ଧସିଛି।

ସୂଚନାନୁଯାୟୀ , ଦକ୍ଷିଣ ଅଭ୍ୟନ୍ତରୀଣ, ଉପକୂଳ ଓ ପଶ୍ଚିମ ଓଡ଼ିଶାର କେତେକ ସ୍ଥାନରେ ହଲୁକା ବର୍ଷା ଲାଗିରହିଛି। ଗୁରୁବାର ସକାଳ ପର୍ଯ୍ୟନ୍ତ ଦକ୍ଷିଣ ଓଡ଼ିଶାର ଅଧିକାଂଶ ସ୍ଥାନ ଓ ଅବଶିଷ୍ଟ ଜିଲ୍ଲାଗୁଡ଼ିକର ଗୋଟିଏ ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମଧରଣର ବର୍ଷା ହୋଇପାରେ। କୋରାପୁଟ, ମାଲକାନଗିରି, ନବରଙ୍ଗପୁର ଓ ନୂଆପଡ଼ା ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା(୭ରୁ ୧୧ ସେମି) ହେବାର ସମ୍ଭାବନା ରହିଥିବା ଆଞ୍ଚଳିକ ପାଣିପାଗ ବି‌ଜ୍ଞାନ କେନ୍ଦ୍ର ନିର୍ଦ୍ଦେଶକ ଏଚ୍‌ ଆର ବିଶ୍ବାସ କହିଛନ୍ତି। କୋରାପୁଟରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୧୨.୬ ଡିଗ୍ରି ରେକର୍ଡ ହୋଇଛି।

Related posts

ଟ୍ରକଡ୍ରାଇଭରକୁ ମରଣାନ୍ତାକ ଆକ୍ରମଣ କରି ଲୁଟିନେଲେ ୨୬.୫୦୦ ଟଙ୍କା

mahabharatanews

ପୁଣି ବୃଦ୍ଧି ପାଉଛି କରୋନା ସଂକ୍ରମଣ : ୨୪ ଘଣ୍ଟା ମଧ୍ୟରେ ୫,୪୪୩ କରୋନା ପଜିଟିଭ ଚିହ୍ନଟ

mahabharatanews

ସେଲଫି ନେବାକୁ ଯାଇ ନଦୀରେ ଭାସିଗଲେ ୨ ଭଉଣୀ

mahabharatanews